ହାତ ଛାଡି ବିଜେଡିରେ ମିଶିଲେ ଶତାଧିକ କର୍ମୀ

ନିମାପଡା ୩୦।୬: ନିମାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାଇଁସ ଶାସନ ଗ୍ରାମ ପଞ୍ଚାୟତର ଶତାଧିକ କଂଗ୍ରେସ କର୍ମୀ ଦଳରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଛନ୍ତି । ସ୍ଥାନୀୟ ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ବ୍ଲକ୍ ସଭାପତି ଅଶୋକ ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ ପ୍ରମୁଖ ଯୋଗ ଦେଇ ନୂଆ ସଭ୍ୟମାନଙ୍କୁ ସ୍ବାଗତ କରିଥିଲେ । କଂଗ୍ରେସ ଦଳ ଛାଡି ବିଜେଡିରେ ଯୋଗ ଦେବା ପରେ ସାଇଁସରେ ଦଳ ଅଧିକ ଶକ୍ତିଶାଳୀ ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।

Spread the love