ପିଏସଏଲଭି-ସି ୫୩ ଯାନ ଉତକ୍ଷେପଣ କରିବ ଇସ୍ରୋ

ନୂଆଦିଲ୍ଲୀ :  ଆଜି ସନ୍ଧ୍ୟାରେ ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ)   ତିନୋଟି ସିଙ୍ଗାପୁର ଉପଗ୍ରହ ସହ ପିଏସଏଲଭି-ସି ୫୩ ଯାନ ଉତକ୍ଷେପଣ କରିବ।
ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ ଗବେଷଣା କେନ୍ଦ୍ରରୁ ଏହି ଉତକ୍ଷେପଣ କରାଯିବ। ଏଥିପାଇଁ ଗତକାଲି ସନ୍ଧ୍ୟାରୁ ଅବଗଣନା ଆରମ୍ଭ ହୋଇଛି। ଆଜିର ଏହି ମିଶନରେ ଭାରତର ଦୁଇଟି ଘରୋଇ ସ୍ପେସ୍ ଷ୍ଟାର୍ଟ ଅପ୍ ସହିତ ଛଅ ଟି ନାନୋ-ଉପଗ୍ରହ ମଧ୍ୟ ମହାକାଶକୁ ଯିବ।ପିଏସଏଲଭି-ସି ୫୩ ହେଉଛି ମହାକାଶ ବିଭାଗ ଅଧୀନରେ ଥିବା ଏକ ପବ୍ଲିକ୍ ସେକ୍ଟର ୟୁନିଟ୍, ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ ର ଦ୍ୱିତୀୟ ଉତ୍ସର୍ଗୀକୃତ ବାଣିଜ୍ୟିକ ମିଶନ। ୱାର୍କହୋର୍ସ ଲଞ୍ଚ ଯାନ ପିଏସଏଲଭି ପାଇଁ ଏହା ୫୫ ତମ ମିଶନ୍ ।

Spread the love