ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଶିଶୁ ମୃତ ଏବଂ ଜଣେ ଗୁରୁତର

ଦେବଗଡ଼଼: ବାରକୋଟ ଥାନା ଅନ୍ତର୍ଗତ ଚନ୍ଦନଖୁଣ୍ଟି ଗ୍ରାମରେ ଆଜି ଅପରାହ୍ନରେ ଜୀବନ୍ତ ତାର ସଂସ୍ପର୍ଶରେ ଆସି ଜଣେ ୫ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ସେହିପରି ଅନ୍ୟ ଜଣେ ଶିଶୁ ଗୁରୁତର ଅବସ୍ଥାରେ ଦେବଗଡ଼଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପିିଡିଛି।ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ ଚନ୍ଦନଖୁଣ୍ଟି ଗ୍ରାମର ମହେଶ୍ୱର ନାୟକଙ୍କ ୨ ଜାଆଁଳା ପୁଅ ଓମ ନାୟକ(୫) ଓ ସାଇ ନାୟକ(୫) ଘର ଅଗଣାରେ ଖେଳିସାରି ଘର ଭିତରକୁ ପ୍ରବେଶ କରୁଥିଲେ। ଏହି ସମୟରେ ଘର ଗଳିରେ ହାତ ପାଆନ୍ତାରେ ଥିବା ଉଚ୍ଚ କ୍ଷମତା ସମ୍ପନ୍ନ(ସର୍ଭିସ ଲାଇନ) ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ସଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ସାଇକୁ ମୃତ ଘୋଷଣା କରିଥିଲେ। ଓମ୍‍ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଥିବା ଜଣାପଡ଼ିଛି।

Spread the love