ରଥର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ମୁଖ୍ୟ ଭୂମିକାରେ ଚିତ୍ରକର ସେବାୟତ ସମ୍ପର୍କରେ ଜାଣନ୍ତୁ…

ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଯାହାକୁ ଅପେକ୍ଷା କରି ରହିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ରଥଯାତ୍ରା ପାଇଁ ଚାଲିଥିବା ପୂର୍ବ ପ୍ରସ୍ତୁତି ଏବେ ସରିଯାଇଛି। ବଡ଼ ଭାଇ ବଳଭଦ୍ର , ଭଉଣୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ତିଆରିୁ ହୋଇଛି ରଥ । ତିନି ରଥକୁ ପ୍ରସ୍ତୁତ କରିବା ପରେ ଏହାର ସୌନ୍ଦର୍ଯ୍ୟତାକୁ ବଢ଼ାଇବାରେ ମୁଖ୍ୟ ଭୂମିକା ସାଜିଛନ୍ତି ଚିତ୍ରକର ସେବାୟତ।

ତିନି ରଥରେ ସୌନ୍ଦର୍ଯ୍ଯବୋଧ ଆଣିବା ସହ ଏହାକୁ ଆକର୍ଷଣୀୟ କରିବା ପାଇଁ ଚିତ୍ରକର ସେବାୟତଙ୍କ ରହିଛି ପ୍ରମୁଖ ଭୂମିକା। ଏହି ଚିତ୍ରକର ସେବାୟତ ମାନେ ରଥରେ ଲାଗିବାକୁ ଥିବା ବିଭିନ୍ନ ପାର୍ଶ୍ୱ ଦେବାଦେବୀଙ୍କ ସହିତ ରଥର ବିଭିନ୍ନ ଅଂଶକୁ ରଙ୍ଗ ଦେଇ ବେଶ୍‌ ସୁନ୍ଦର କରିଥାନ୍ତି। ରଥର ଘୋଡ଼ା, ସାରଥି, ପାର୍ଶ୍ୱ ଦେବାଦେବୀଙ୍କ ସହ ଚକ, ଦଣ୍ତା, ଗୁଜ ପ୍ରଭୃତି ଖୋଦେଇ କାର୍ଯ୍ଯଗୁଡ଼କରେ ମଧ୍ୟ ରଙ୍ଗ ଦେବାର କାମ କରିଥାନ୍ତି ଏହି ଚିତ୍ରକର ସେବାୟତ ମାନେ।

ରଥର୍ନିମାଣ କାର୍ଯ୍ଯରେ ବିଶ୍ୱକର୍ମା ମହାରଣା ମାନେ ପ୍ରମୂଖ ଭୂମିକା ଗ୍ରହଣ କରିଥଲେ ମଧ୍ୟ ରଥକୁ ଆକର୍ଷଣୀୟ କରିବା ପାଇଁ ଚିତ୍ରକର ସେବାୟତ ମାନେ କଠିନ ଶ୍ରମ ଦେଇଥାନ୍ତି। ରଥର ବିଭିନ୍ନ ଅଂଶକୁ ରଙ୍ଗ ଦେବା ସହ ବିଭିନ୍ନ ଚିତ୍ର ଅଙ୍କନ କରି ରଥକୁ ବେଶ୍‌ ଆକର୍ଷଣୀୟ କରିଥାନ୍ତି ଏହି ସେବାୟତମାନେ.. ରଥରେ ପ୍ରତ୍ୟେକ ବର୍ଷ ର୍ନିମାଣ ହେଉଥିବା ଘୋଡ଼ା, ସାରଥି, ଓଲଟସୁଆ ଓ ପାର୍ଶ୍ୱ ଦେବାଦେବୀ ମାନଙ୍କୁ ବିଭିନ୍ନ ପ୍ରକାରର ରଙ୍ଗ ଦେଇ ଅତି ସୁନ୍ଦର ଭାବେ ସଜ୍ଜିତ କରିଥାନ୍ତି। ସେହିପରି ନୂଆକରି ର୍ନିମାଣ ହେଇଥିବା ରଥର ଚକ,ଦଣ୍ତା, ଗୁଜ, ଦ୍ୱାର ଘୋଡ଼ା, କନ୍ଯାପଟ୍ଟ, ହଂସପଟ୍ଟା ଇତ୍ୟାଦିକୁ ମଧ୍ୟ ବିଭିନ୍ନ ରଙ୍ଗରେ ଚିତ୍ରିତ କରାଯାଇଥାଏ।

ଏହି ପାରମ୍ପରିକ ଚିତ୍ରକର ସେବାୟତ ମାନେ ବଂଶାନୁକ୍ରମିକ ଭାବେ ଶ୍ରୀମନ୍ଦିରର ସମସ୍ତ ଚିତ୍ର ଓ ରଙ୍ଗ କାର୍ଯ୍ଯରେ ସମ୍ପୃକ୍ତ ରହିଥାନ୍ତି। ବିଶେଷ କରି ରଥଯାତ୍ରା ଅବସରରେ ପଟ୍ଟିଦିଅଁ ର୍ନିମାଣ ଓ ରଥକାମ ସେମାନଙ୍କର ମୁଖ୍ଯ କାର୍ଯ୍ଯ। ଏହି ରଥକାମରେ ସମୁଦାୟ ୧୫ଜଣ ଚିତ୍ରକର ସେବାୟତ ସାମିଲ୍‌ ହୋଇ ଅତି ନିଷ୍ଠାର ସହିତ କାର୍ଯ୍ଯ କରିଥାନ୍ତି। ବିଶେଷ କରି ସ୍ନାନପୂର୍ଣ୍ଣିମା ପରଦିନଠାରୁ ତିନିରଥର ଚିତ୍ରକାର୍ଯ୍ଯ ଆରମ୍ଭ ହୋଇ ନେତ୍ରତ୍ସୋବ ଦିନ ଶେଷ ହୋଇଥାଏ। ପୂର୍ବରୁ ରଥରେ ଚିତ୍ର କରିବା କାମ ପାଣି ରଙ୍ଗରେ ହେଉ ଥିବାବେଳେ ଏବେ ଏହାକୁ ଏନାମେଲ୍‌ ରଙ୍ଗରେ ଚିତ୍ରିତ କରାଯାଉଛି। ବିଶେଷ କରି ବିଶ୍‌କର୍ମାଙ୍କ ନିର୍ଦ୍ଦେଶ କ୍ରମେ ଭୋଇ ସେବକ ମାନେ ଚିତ୍ରକର ସେବାୟତଙ୍କୁ ସମସ୍ତ ପାର୍ଶ୍ୱ ଦେବାଦେବୀ ଯୋଗାଇଥାନ୍ତି। ରଥ ର୍ନିମାଣ ଅବସରରେ ସ୍‌ୱଳ୍ପ ପାରିଶ୍ରମିକ ମିଳୁଥିଲେ ମଧ୍ୟ ରଥ କାର୍ଯ୍ଯକୁ ଏକ ସେବା ଭାବେ ଗ୍ରହଣ କରି ଏହି ସେବାୟତ ମାନେ ନିଜକୁ ଧନ୍ଯ ମଣୁଛନ୍ତି।

 

Spread the love