ରାଜ୍ୟ ବଜେଟ ବିରୋଧାଭାଷ ଓ ବିଭ୍ରାନ୍ତିର ଏକ ବିକଳ ଦସ୍ତାବିଜ : ସମୀର ମହାନ୍ତି

ଭୁବନେଶ୍ୱର, ତା.୦୨/୦୭ : ରାଜ୍ୟ ବଜେଟକୁ ବିରୋଧାଭାଷ ଓ ବିଭ୍ରାନ୍ତିର ବିକଳ ଦସ୍ତାବିଜ ବୋଲି କହିଛନ୍ତି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି । ରାଜ୍ୟ ବଜେଟର କଳେବର ବୃଦ୍ଧି ପାଇ ଦୁଇ ଲକ୍ଷ କୋଟି ଟଙ୍କାରେ ପହଂଚିଥିବାର ଆସ୍ପାଳନ କରୁଛନ୍ତି ରାଜ୍ୟ ସରକାର । ମାତ୍ର ବଜେଟ ଆକଳନର ଶତାଂଶ ହିସାବରେ ବ୍ୟୟ ବର୍ଷ ବର୍ଷ ଧରି ହ୍ରାସ ପାଉଥିବା ତଥ୍ୟକୁ କାହିଁକି ରାଜ୍ୟ ସରକାର ଲୁଚାଇ ରଖିଛନ୍ତି ବୋଲି ପ୍ରଶ୍ନ ପଚାରି ଶ୍ରୀ ମହାନ୍ତି କହିଛନ୍ତି ଯେ, ୨୦୧୬-୧୭ ରେ ବାସ୍ତବ ବ୍ୟୟ ବଜେଟ ଆକଳନର ୮୪ ପ୍ରତିଶତ ଥିବାବେଳେ ୨୦୨୦-୨୧ ରେ ତାହା ୭୪ ପ୍ରତିଶତକୁ ଖସିଆସିଛି । ପୁଂଜି ଖର୍ଚ୍ଚ ୫୬ ପ୍ରତିଶତ ବଢାଇବାର ଆକଳନ ଏକ ବିରାଟ ସଂଖ୍ୟାର ବିଭ୍ରାନ୍ତିରେ ରାଜ୍ୟବାସୀଙ୍କୁ ବୋକା ବନାଇବାର ଉଦ୍ୟମ ହୋଇଛି । ବାସ୍ତବରେ ରାଜ୍ୟର ମୋଟ ଘରୋଇ ଉତ୍ପାଦନର ଶତାଂଶ ହିସାବରେ ସରକାରଙ୍କ ପୁଂଜି ଖର୍ଚ୍ଚ ବର୍ଷ ବର୍ଷ ଧରି ଦକ୍ଷିଣ ମୁହାଁ ହେବାରେ ଲାଗିଛି । ୨୦୧୮-୧୯ ରେ ପୁଂଜି ଖର୍ଚ୍ଚ ଜିଏସଡିପିର ୪.୮୧ ପ୍ରତିଶତ ଥିବାବେଳେ ୨୦୨୦-୨୧ରେ ତାହା ୩.୬୧
ପ୍ରତିଶତକୁ ହ୍ରାସ ପାଇଛି । ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଯଦି ତାହାକୁ ୫.୬ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଅଂଟା ଭିଡିଛନ୍ତି, ସେଥିପାଇଂ ୍ଣଳନ୍ଦ୍ରୀୟ ବଜେଟରେ ଭିତିଭୁମି ନିବେଶ ପାଇଁ ରାଜ୍ୟମାନଙ୍କୁ ଦେଉଥିବା ଏକ ଲକ୍ଷ କୋଟି ଟଙ୍କାର ସହାୟତା ଦାୟୀ । ରାଜ୍ୟ ସରକାରଙ୍କର ସେଥିରେ କୈାଣସି ଭୁମିକା ନାହିଁ । ଚଳିତ ବଜେଟ ମହିଳା, ବରୋଜଗାର ଯୁବକ,
ଶ୍ରମିକ, କୃଷକ ଓ ଛାତ୍ରଛାତ୍ରୀଙ୍କୁ ସଂପୂର୍ଣ୍ଣ ନିରାଶ କରିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଆଶା କରାଯାଉଥିଲା, ରାଜ୍ୟ ସରକାର ଚଳିତ ବଜେଟରେ ନିଜ ରାଜସ୍ୱ ବୃଦ୍ଧି କରି କେନ୍ଦ୍ର ସହାୟତା ଉପରେ ନିର୍ଭରଶୀଳତା କମ୍ କରିବେ । ବର୍ଷ ବର୍ଷ ଧରି ଏକ ବଳକା ରାଜସ୍ୱର ଅର୍ଥନୀତି ଉପରେ ଋଣ ବୋଝ ହାଲୁକା କରିବେ । କିନ୍ତୁ
ସେ ସବୁ ଅର୍ଥନୈତିକ ମାପଦଣ୍ଡରେ ଚଳିତ ବଜେଟ ରାଜ୍ୟବାସୀଙ୍କୁ ନିରାଶ କରିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Spread the love