ବିଜେବି କଲେଜ ଛାତ୍ରୀଙ୍କ ସୁଇସାଇଡ୍‌ ନୋଟ୍‌ରେ ଏମିତି ରୋଚକ ତଥ୍ୟ…

ରାଜଧାନୀର ପ୍ରତିଷ୍ଠିତ ବିଜେବି କଲେଜର ଜଣେ ଛାତ୍ରୀ ଆତ୍ମହତ୍ୟା କରିବା ପରେ ଏଠାରେ ରାଗିଂ କରାଯାଉଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଛାତ୍ରୀ ନିବାସରେ ରୁଚିକା ମହାନ୍ତି ନାମକ ଜଣେ ଛାତ୍ରୀଙ୍କୁ ରାଗିଂ କରାଯାଉଥିବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ୩ ଜଣ ସିନିୟର ଛାତ୍ରୀ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବାରୁ ସେ ଆତ୍ମହତ୍ୟା କରିଥିବା ମୃତଦେହ ପାଖରୁ ମିଳିଥିବା ଏକ ସୁଇସାଇଡ୍‌ ନୋଟ୍‌ରୁ ଏପରି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମିଳିଥିବା ସୁଇସାଇଡ୍‌ ନୋଟ୍‌ଟି ରୁଚିକା ଲେଖିଥିବା କୁହାଯାଉଛି। ସୁଇସାଇଡ୍‌ ନୋଟ୍‌କୁ ଆଧାର କରି ମାତାପିତା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।

ସୁଇସାଇଡ୍‌ ନୋଟ୍‌ରେ ଲେଖାଯାଇଛି, ମୁଁ ଜୀବନରେ ବହୁତ ଥକି ପଡ଼ିଛି। ମୋ ମା-ବାପା ବହୁତ କଷ୍ଟ କରି ମୋତେ ପାଠ ପଢ଼ାଇଲେ। ମୋ’ ପାଠପଢ଼ା ପାଇଁ ଘର ଚଳିବା କଷ୍ଟକର ହେଉଥିଲା। ହେଲେ ହଷ୍ଟେଲରେ ମୋତେ ସିନିୟର ବହୁତ ଟର୍ଚର କଲେ। ୩ ଜଣ ସିନିୟର ମୋତେ ମାନସିକ ନିର୍ଯାତନା ଦେଲେ। ଆଉ ସହିପାରିଲିନି କି ଘରେ କହିପାରିଲିନି। ମୋତେ ମୋ’ ବାପା, ମାଆ, ମାମୁ, ମାଇଁ, ମାଉସୀ -ମଉସା ସମସ୍ତେ ବହୁତ ଭଲ ପାଆନ୍ତି। ସେମାନେ ବହୁତ ଆଶା ରଖିଥିଲେ, ମୁଁ କଲେକ୍ଟର ହେବି। ହେଲେ ମୋତେ ସିନିୟରମାନେ ମେଣ୍ଟାଲ ଡିପ୍ରେସ କଲେ। ମା-ବାପାଙ୍କ ପଇସା ଖର୍ଚ୍ଚ କରି ପାଠ ପଢ଼ିବା ପାଇଁ ଛାଡ଼ିଲେ, ହେଲେ ତାଙ୍କ ପଇସାର କିଛି ମୂଲ୍ୟ ରହିଲାନାହିଁ। କାରଣ ସିନିୟର ମୋତେ ବହୁତ ଡିପ୍ରେସ କଲେ ବୋଲି ଏଥିରେ ଲେଖାଯାଇଛି। ଏହାକୁ ଆଧାରି କରି ପୋଲିସ ତଦନ୍ତ କରୁଛି।

Spread the love