ଜୀବନରେ ସଫଳ ହେବାକୁ ଚାହାନ୍ତି କି? ଜାଣି ରଖନ୍ତୁ ଚାଣକ୍ୟଙ୍କ ଏହି ୫ ଉପାୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନର ପ୍ରତିଟି କଷ୍ଟକୁ ଦୂର କରି ଆଗକୁ ବଢ଼ିବାକୁ ପ୍ରେରଣା ଦେଇଛନ୍ତି। ଏଥିରେ ଜୀବନକୁ ସରଳ କରିବାକୁ ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତ।

ଚାଣକ୍ୟ କୁହନ୍ତି, କିଛି ବ୍ୟକ୍ତି ଏଭଳି ଅଛନ୍ତି ଯେଉଁମାନଙ୍କୁ ଧକ୍କା ନ ଲାଗିବା ଯାଏ ସେମାନେ କିଛି ଶିଖନ୍ତି ନାହିଁ। ସେହିଭଳି କିଛି ଲୋକ ଅନ୍ୟର ଅନୁଭବ ଏବଂ ଜ୍ଞାନରୁ ଶିଖି ଆଗକୁ ବଢ଼ିଥାନ୍ତି। ଏଭଳି ଲୋକଙ୍କୁ ଶୀଘ୍ର ସଫଳତା ମିଳେ। ଏଥିଲାଗି ବ୍ୟକ୍ତିଙ୍କୁ ନିଜେ ଖାଲରେ ପଡ଼ି ଶିଖିବା ଅପେକ୍ଷା ଅନ୍ୟକୁ ଦେଖି ଜୀବନରୁ ଶିକ୍ଷା ଶିଖିବା ଉଚିତ।

ଚାଣକ୍ୟ କୁହନ୍ତି, ଯେଉଁଭଳି ଗାଇର ବାଛୁରୀ ଗୋଠରେ ଥାଇ ବି ନିଜ ମା’କୁ ଚିହ୍ନି ତା’ ପଛରେ ଚାଲଥାଏ, ସେହିଭଳି ମନୁଷ୍ୟର ଭଲ ଏବଂ ଖରାପ କର୍ମ ତା’ ପଛରେ ଚାଲେ। ଏଥିଲାଗି ଯେଉଁଥିରେ ସମସ୍ତଙ୍କ ମଙ୍ଗଳ ସେଭଳି କାମ କରିବା ଉଚିତ। ଯେଉଁମାନେ ସଚ୍ଚୋଟତାର ସହ ପରିଶ୍ରମ କରନ୍ତି, ସେମାନେ କେବେ ବି ଗରିବ ହୁଅନ୍ତି ନାହିଁ। ସେହିଭଳି ଯେଉଁ ଲୋକ ଈଶ୍ୱରଙ୍କ ସ୍ମରଣ କରି କାର୍ଯ୍ୟ କରନ୍ତି ସେ କୌଣସି ପାପ କରିପାରନ୍ତି ନାହିଁ।

ଚାଣକ୍ୟ କୁହନ୍ତି ଯଦି କୌଣସି ବ୍ୟକ୍ତି ନିଜ ଜୀବନରେ ଶୀଘ୍ର ସଫଳ ହେବାକୁ ଚାହାନ୍ତି, ସେମାନଙ୍କୁ କାର୍ଯ୍ୟ କରିବାକୁ ହେବ। କାରଣ ଜୀବନ ଅମୂଲ୍ୟ। ଲୋକଙ୍କୁ ଧନସମ୍ପତ୍ତି, ବନ୍ଧୁପରିଜନ, ସ୍ତ୍ରୀ ଏବଂ ରାଜ୍ୟ ପୁଣିଥରେ ମିଳି ପାରିବ, ହେଲେ ଏ ଶରୀର ନୁହେଁ। ଏଥିଲାଗି ଯେତେ ସମ୍ଭବ ସେତେ ଏହାର ସଦୁପଯୋଗ କରିବା ଉଚିତ।

ଚାଣକ୍ୟ କୁହନ୍ତି, ଜୀବନରେ ସାଙ୍ଗସାଥୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯେମିତି ସୁନା ସହ ମିଶା ରୂପା ସୁନା ଭଳି ନଜର ଆସିଥାଏ। ସେହିଭଳି ମନୁଷ୍ୟର ଜୀବନରେ ସାଙ୍ଗସାଥୀଙ୍କ ପ୍ରଭାବ ପଡ଼ିଥାଏ।

Spread the love