ନାମଲେଖାରେ ଓବିସିଙ୍କୁ ସଂରକ୍ଷଣ ଦିଆଯାଉ: ସୁରଥ ବିଶ୍ୱାଳ

ଭୁବନେଶ୍ୱର , ୪/୦୭: ଶୈକ୍ଷିକ ଉନ୍ନତି ତଥା ସାମାଜିକ ଉତ୍‌ଥାନ ପାଇଁ ଦେଶରେ ୫୪ ପ୍ରତିଶତ ଓବିସି ବର୍ଗଙ୍କୁ କେନ୍ଦ୍ର ସରକାର ଏବଂ ବିଭିନ୍ନ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ଆଡ୍‌ମିଶନ ପାଇଁ ସଂରକ୍ଷଣ ପ୍ରଦାନ କରିଛନ୍ତି । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଓବିସି ବର୍ଗ ଛାତ୍ରଛାତ୍ରୀମାନେ ଶିକ୍ଷାରେ ସଂରକ୍ଷଣ ପାଇବାକୁ ହକ୍‌ଦାର। ମେଡିକାଲ, ଡେଂଟାଲ, ସୈନିକ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ନବୋଦୟ ବିଦ୍ୟାଳୟଗୁଡିକରେ ଓବିସି ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଇଲେ । ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଭଳି ରାଜ୍ୟମାନେ ନିଜ ନିଜ ରାଜ୍ୟରେ ଓବିସି ବର୍ଗଙ୍କ ଉତ୍‌ଥାନ ପାଇଁ ସଂରକ୍ଷଣର ପ୍ରାବଧାନ କରିଛନ୍ତି। ଏପରିକି କର୍ଣ୍ଣାଟକ ସରକାର ତାଙ୍କ ରାଜ୍ୟରେ ଓବିସିଙ୍କ ପାଇଁ ୩୨ ପ୍ରତିଶତ ସଂରକ୍ଷଣର ପ୍ରାବଧାନ କରିଛନ୍ତି । ମାତ୍ର ଓଡିଶାରେ ଏହି ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାନଯିବା କାରଣରୁ ଓବିସି ବର୍ଗ ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ପାଇବା ସୁଯୋଗଗରୁ ବଂଚତି ହେଉଛନ୍ତି। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯିବା ସତ୍ୱେ କୈାଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଶାସକ ବିଜେଡିର ପଛୁଆ ବର୍ଗ ବିରୋଧୀ ନୀତିକୁ ବିରୋଧ କରି ଆଜି ରାଜ୍ୟ ଓବିସି କମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ଛାତ୍ର ସାମୁଖ୍ୟ ତରଫରୁ ଧାରଣା ଦିଆଯାଇଛି । ଶିକ୍ଷା କ୍ଷେତ୍ରରେ ଆଡ୍‌ମିଶନ ପାଇଁ ଓବିସି ବର୍ଗଙ୍କୁ ରାଜ୍ୟ ସରକାର ସଂରକ୍ଷଣ ନଦେବା ପର୍ଯ୍ୟନ୍ତ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ତରଫରୁ ଆନ୍ଦୋଳନ କରାଯିବ ବୋଲି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି । କ୍ରମାଗତ ଭାବେ ରାଜ୍ୟର ଓବିସି ବର୍ଗଙ୍କୁ ଶାସକ ବିଜେଡି ଉପେକ୍ଷା କରିଆସୁଛି। ଓବିସି ବର୍ଗଙ୍କ ସାମ୍ବିଧାନିକ ହକ୍ ପାଇଁ ଏହି ଆନ୍ଦୋଳନକୁ ତୀବ୍ର ରୁପ କରାଯିବା ସହିତ ଆଗାମୀ ଦିନରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଆନ୍ଦୋଳନ ଏବଂ ଧାରଣ ପ୍ରଦର୍ଶନ କରାଯିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି। ଧାରଣସ୍ଥଳକୁ ବିଧାୟକ ନାଉରୀ ନାୟକ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଡ.ମୁକେଶ ମହାଲିଙ୍ଗ, ଇଂ.ଗଣେଷରାମ ଖୁଂଟିଆ ପ୍ରମୁଖ ଆସି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବା ସହିତ ଏହି ପ୍ରସଙ୍ଗକୁ ବିଧାନସଭାରେ ଆଲୋଚନା କରାଯିବ ବୋଲି କହିଛନ୍ତି।

ଏହି ଧାରଣାରେ ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ବିଶ୍ୱାଳଙ୍କ ସମେତ ରାଜ୍ୟ ଉପସଭାପତି ସୁକାନ୍ତ ବିଶ୍ୱାଳ, ସାଧାରଣ ସଂପାଦକ ଜ୍ଞାନେନ୍ଦ୍ର ସ୍ୱାଇଁ, ସଂପାଦକ ସିଦ୍ଧାର୍ଥ ଶଂକର ପତି, ସଂଗ୍ରାମ ନାୟକ, ପ୍ରଶାନ୍ତ ନାୟକ, ସୁଶାନ୍ତ ଜେନା, ଉପେନ୍ଦ୍ର ଭଂଜ, ସୈାମ୍ୟରଂଜନ ଓଝା, ଜିତେନ୍ଦ୍ର ନାୟକ, ଅମିତେଶ ବେହେରା, ଚନ୍ଦନ ରଣାଙ୍କ ସମେତ ବହୁ କାର୍ଯ୍ୟକର୍ତା, ଛାତ୍ର ଓ ଅଭିଭାବକ ଉପସ୍ଥିତ ଥିଲେ ।

Spread the love