ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ

ନୂଆଦିଲ୍ଲୀ ୦୭/୦୭:  ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଆଜି ହେଉଛି ଜନ୍ମଦିନ  । ଏହି ଅବସରରେ ତାଙ୍କର କୋଟି କୋଟି ପ୍ରଶଂସକ ଓ ଶୁଭେଚ୍ଛୁ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଆଜି ଅର୍ଥାତ ଜୁଲାଇ ୭ ତାରିଖରେ ୪୧ ବର୍ଷରେ ମାହି ପାଦ ଦେଇଛନ୍ତି । ଏହି ଜନ୍ମଦିନକୁ ସେ ଇଂଲଣ୍ଡରେ ଖାସ୍ ଅନ୍ଦାଜରେ ସେଲିବ୍ରେସନ୍ କରିଛନ୍ତି । ନିଜ ପରିବାର ସଦସ୍ୟଙ୍କ ସହ ସେ କେକ୍ ମଧ୍ୟ କାଟିଛନ୍ତି ।

ନିକଟରେ ଧୋନୀଙ୍କ ବିବାହ ବାର୍ଷିକୀ ସରିଥିଲା । ଉଭୟଙ୍କ ବିବାହକୁ ୧୨ ବର୍ଷ ପୁରିଥିଲା । ଏଥିପାଇଁ ଉଭୟ ଛୁଟି କଟାଇବାକୁ ଇଂଲଣ୍ଡ ଯାଇଛନ୍ତି । ଉଭୟ ବିବାହ ବାର୍ଷିକୀ ପୂରଣ କରିବା ସହ ଧୋନୀ ନିଜ ଜନ୍ମଦିନ ପାଳିଥିଲେ ।

ଧୋନୀଙ୍କ ଭିଡିଓ ସେୟାର କଲେ ସାକ୍ଷୀ

ଧୋନୀଙ୍କ ଜନ୍ମଦିନର ଭିଡିଓ ଓ ଫଟୋ ପତ୍ନୀ ସାକ୍ଷୀ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏଥିରେ ଷ୍ଟାର୍ କିପର ଋଷଭ ପନ୍ତ ବି ନଜର ଆସିଛନ୍ତି । ପନ୍ତ ଏବେ ଦଳ ସହ ଇଂଲଣ୍ଡ ଗସ୍ତରେ ଅଛନ୍ତି । ଏବେ ସେ ଟି୨୦ ସିରିଜ୍ ଖେଳିବେ ।

ସାକ୍ଷୀ ଯେଉଁ ଭିଡିଓ ସେୟାର କରିଛନ୍ତି ସେଥିରେ ଧୋନୀ ଏକ ଜ୍ୟାକେଟ୍ ପିନ୍ଧିଛନ୍ତି । ଯାହା ଖୁବ୍ ଚମକୁଛି । ଧୋନୀଙ୍କ ପାଇଁ ଏକ ଜବରଦସ୍ତ କେକ୍ ମଧ୍ୟ ରହିଛି । ଧୋନୀ ପ୍ରଥମେ ମହମବତୀ ଲିଭାଇବା ସହ କେକ୍ କାଟୁଥିବା ନଜର ଆସିଛି । ଭିଡିଓର ବ୍ୟାକଗ୍ରାଉଣ୍ଡରେ ଗୀତ ମଧ୍ୟ ବାଜୁଛି ।

ଅବସର ନେଇ ସାରିଛନ୍ତି ମାହି

ଧୋନୀ ଅଗଷ୍ଟ ୧୫ ତାରିଖ ୨୦୨୦ ମସିହାରେ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଅଲବିଦା କହିଥିଲେ । ସେ ଶେଷ ଥର ୨୦୧୯ ବିଶ୍ୱକପ୍ ସେମିଫାଇନାଲ ଖେଳିଥିଲେ । କିନ୍ତୁ ମାହି ଏବେବି ଆଇପିଏଲ ଖେଳୁଛନ୍ତି । ସେ ଗତ ସିଜିନରେ ଆଇପିଏଲ ଖେଳିଥିଲେ । ତେବେ ସେ ଚେନ୍ନାଇ ଟିମକୁ ଚାମ୍ପିଅନ୍ କରିବାରେ ବିଫଳ ହୋଇଥିଲେ ।  

Spread the love