ଭାରତକୁ ଡରାଇବାକୁ ଚେଷ୍ଟା କରୁଛି କି ଚୀନ?

ନୂଆଦିଲ୍ଲୀ: ଭାରତର ଧୈର୍ଯ୍ୟ ପରୀକ୍ଷା କରୁଛି ଚୀନ। ବାରମ୍ବାର ସୀମାରେ ଯୁଦ୍ଧ ବିମାନ ଉଡ଼ାଇ ଚିଡ଼ାଇବାକୁ ଚେଷ୍ଟା କରୁଛି ଡ୍ରାଗନ। ହେଲେ ଭାରତୀୟ ସେନା ବି ପ୍ରସ୍ତୁତ। ଟିକେ କଣ ହେଲେ ଚୀନର ଉପରେ ହେବ ଧଡ଼ାଧଡ଼ ଆକ୍ରମଣ। ଜୁଲାଇ ଶେଷ ସପ୍ତାହରେ ଚୀନ ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖାର ଅତି ନିକଟରେ ଯୁଦ୍ଧ ବିମାନ ଉଡ଼ାଇଥିଲା।

ଏହାପରେ ଭାରତୀୟ ବାୟୁସେନା ସମ୍ଭାବ୍ୟ ଆକ୍ରମଣକୁ ଲକ୍ଷ୍ୟ ରଖି ବି ତୁରନ୍ତ ଆଲର୍ଟ ହୋଇଯାଇଥିଲା। ଆଜି ଜଣେ ବାୟୁସେନା କର୍ମୀ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। କିଛି ମାସ ପରେ ଏହା ପ୍ରଥମ ଘଟଣା ବୋଲି ସେନା କର୍ମୀ କହିଛନ୍ତି। ସେପଟେ ପୂର୍ବ ଲାଦଖର ସୀମା ସେପଟେ ବାୟୁ ସେନା ଗତିବିଧି ବଢ଼ାଇଛି ଡ୍ରାଗନ। ବାୟୁସେନା ନିଜର ନିୟମିତ ପ୍ରସ୍ତୁତିସ ଚଳାଇଛି। ଏୟାର ଡିଫେନ୍ସ ଡିଲ୍‌ ବେଳେ ଚାଇନା ବେଳେ ବେଳେ ଯୁଦ୍ଧ ବିମାନସବୁ ଉଡ଼ାଉଛି।

Spread the love