ସୁସ୍ଥ ଶରୀର ପାଇଁ ଭଲ ଓ ଗଭୀର ନିଦ୍ରା ଜରୁରୀ

ସୁସ୍ଥ ଶରୀର ପାଇଁ ଭଲ ନିଦ୍ରା ଜରୁରୀ । ନିଦ୍ରା ଠିକ୍‌ ନହେଲେ ବିଭିନ୍ନ ରୋଗର ଶିକାର ହୋଇପାରନ୍ତି ଆପଣ । ଆପଣ କ’ଣ ସାରା ରାତି ଶୋଇବା ବଦଳରେ ବିଛଣାରେ କଡ଼ ଲେଉଟାଉଛନ୍ତି କି ? ରାତିରେ ବାରମ୍ବାର ନିଦ ଭାଙ୍ଗି ଯ।ଉଛି କି ? ଯଦି ଏପରି ହେଉଥାଏ ତେବେ ଆପଣ ଅନିଦ୍ରାର ଶିକାର ହେଉଛନ୍ତି । ଅନିଦ୍ରାରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏପରି କିଛି ଟିପ୍ସ । ଆସନ୍ତୁ ଜାଣିବା ନିଦ ନ ଆସିଲେ କ’ଣ କରିବେ ।
ଶୋଇବାର ସମୟ ଠିକ୍‌ କରନ୍ତୁ : ବ୍ୟସ୍ତତା ଭିତରେ ଲୋକଙ୍କ ଶୋଇବା ବହୁତ ଖରାପ ହୋଇଥାଏ । ଯଦି ଆପଣଙ୍କୁ ନିଦ ଆସିବାରେ ଅସୁବିଧା ହେଉଛି, ତେବେ ଆପଣଙ୍କୁ ଏହି ଅଭ୍ୟାସ ଛାଡିବାକୁ ହେବ । ଭଲ ଓ ଗଭୀର ନିଦ ପାଇଁ ଶୋଇବା ସମୟ ନିର୍ଦ୍ଦିଷ୍ଟ କରନ୍ତୁ ।
ବେଡରୁମକୁ ସଫା ରଖନ୍ତୁ : ଶାନ୍ତିରେ ଶୋଇବା ପାଇଁ ବେଡ ରୁମ ସର୍ବଦା ସଫା ରଖନ୍ତୁ । ପରିସ୍କାର ସହ ଗଭୀର ନିଦର ସମ୍ପର୍କ ରହିଛି । ଏଥିପାଇଁ ଆପଣ ବେଡରୁମରେ ହାଲକା ଇନଷ୍ଟମେଣ୍ଟାଲ ମ୍ୟୁଜିକ୍‌ ବଜାଇ ପାରିବେ । ଏହାଦ୍ୱାରା ମାନସିକ ଶାନ୍ତି ମିଳିବ ଓ ଭଲ ନିଦ ହେବ ।

ଏହି ଦ୍ରବ୍ୟ ଠାରୁ ରୁହନ୍ତୁ ଦୂରରେ : ଗଭୀର ଓ ଭଲ ନିଦ ପାଇଁ ଶୋଇବା ପୂର୍ବରୁ କିଛି ଜିନିଷ ଠାରୁ ଦରରେ ରହିବା ଦରକାର । ବିଶେଷ କରି ଶୋଇବା ୧ ବା ୨ ଘଣ୍ଟା ପୂର୍ବରୁ ଟିଭି ଓ ମୋବାଇଲ ଠାରୁ ଦୂରରେ ରୁହନ୍ତୁ ।

ଭଲ ଖାଦ୍ୟ ଖାଆନ୍ତୁ :ନିଦରେ ସୁଧାର ଆଣିବା ପାଇଁ ଭଲ ଖାଦ୍ୟ ନେବା ଜରୁରୀ । ବିଶେଷ କରି ଶୋଇବା ଘଣ୍ଟାକ ପୂର୍ବରୁ ୧ ଗ୍ଲାସ ଖିର ପିଅନ୍ତୁ । ଭଲ ନିଦ ଆସିବ । ସକାଳେ ଖିର ସହିତ ଡ୍ରାଏ ଫ୍ରୁଟ୍ସ ମିଶାଇ ଖାଇଲେ ଭଲ ସ୍ୱାସ୍ଥ୍ୟ ରହିବ ।

 

Spread the love