ବାଇକ୍‌ ଚୋରି ରାକେଟ୍‌ ଉପରେ ପୋଲିସ୍‌ର ଚଢ଼ାଉ, କିଙ୍ଗ୍‌ପିନ ସହ ୬ ଲୁଟେରା ଗିରଫ

ଢେଙ୍କାନାଳ, ୧୨/୦୭: ଢେଙ୍କାନାଳ ସହରରେ ବାଇକ ଲୁଟେରାମାନେ ଏକ ରାକେଟ କରିଛନ୍ତି । ଏହି ରାକେଟ ସହରର ବିଭିନ୍ନ ଜାଗାରୁ ବାଇକ ଲୁଟ କରି ଜିଲ୍ଲା ତଥା ଜିଲ୍ଲା ବାହାରକୁ ଚାଲାଣ କରୁଛନ୍ତି । ଏପରି ଏକ ବାଇକ ଚୋରି ରାକେଟକୁ ଠାବ କରିବାରେ ସକ୍ଷମ ହୋଇଛି ଢେଙ୍କାନାଳ ଟାଉନ ପୋଲିସ । ବିଭିନ୍ନ ଜାଗାରେ ଚଢ଼ାଉ କରି ପୋଲିସ ଚୋରି କରାଯାଇଥିବା ୭ଟି ବାଇକ ଉଦ୍ଧାର କରିଛି । ତେବେ ଗିରଫ ଏହି ବାଇକ ଚୋରି ରାକେଟର କିଙ୍ଗ୍‌ପିନ ଢେଙ୍କାନାଳ ସହରର ବୋଲି ଜଣାପଡିଛି । ଏଥିସହ ଅନ୍ୟ ୫ଜଣ ଗିରାଓହ ବାଇକ ଲୁଟେରା ପରଜଙ୍ଗ ଅଂଚଳର ବୋଲି ଜଣାପଡିଛି ।

Spread the love