ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାରେ ଓଡ଼ିଶା ପ୍ରଥମ

ଆଦିଲ୍ଲୀ : NFSAରେ ଯୋଡି ହୋଇଛନ୍ତି ୯୩ ଲକ୍ଷ ୧୩ ହଜାର ୪୪୮ ପରିବାରର ୩ କୋଟି ୨୫ ଲକ୍ଷ ୧୮ ହଜାର ୪୫୫ ଜଣ ଲୋକ। ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨ ଲକ୍ଷ ୬୧ ହଜାର ୨୨୭ ପରିବାରର ୮ ଲକ୍ଷ ୮ ହଜାର ହିତାଧିକାରୀ ସାମିଲ ହୋଇଛନ୍ତି। ୱାନ ନେସନ ୱାନ ରାସନ କାର୍ଡ ଯୋଜନାରେ ୧୦ ହଜାର ୫୭୮ ଦୋକାନ ଜରିଆରେ ୧ ଲକ୍ଷ ୧୦ ହଜାର ପରିବାର ଉପକୃତ ହେଉଛନ୍ତି। ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାରେ ଓଡ଼ିଶା ପ୍ରଥମ ହୋଇଛି। ବିଭିନ୍ନ ଦିଗକୁ ବିଚାର କରି ଏହି ପୁରସ୍କାର ଦେଇଛି କେନ୍ଦ୍ର। ସବୁଠାରୁ ବଡ଼ କଥା ହେଉଛି ବିଶ୍ୱ ସ୍ତରରେ ମଧ୍ୟ ରାଜ୍ୟ ସରକାରଙ୍କ ସଫଳତାକୁ ପ୍ରଶଂସା କରାଯାଇଛି। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମୁଖ୍ୟ କାର୍ଯ୍ୟନିର୍ବାହୀ ଓଡ଼ିଶାର ମଡେଲକୁ ଅନ୍ୟ ଦେଶଗୁଡିକ ଆପଣାଇବା ପାଇଁ ପରାମର୍ଶ ଦେଇଛନ୍ତି।

Spread the love