ସ୍ୱାବଲମ୍ବନ ଆଲୋଚନାଚକ୍ରରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

ଡେସ୍କ: ନୌବାହିନୀ ନବୀନତା ଓ ସ୍ୱଦେଶୀ ସଂଗଠନ ଏନ୍‍.ଆଇ.ଆଇ.ଓ ଦ୍ୱାରା ଆୟୋଜିତ ଆଲୋଚନାଚକ୍ର ‘ସ୍ୱାବଲମ୍ବନ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେବେ। ଆସନ୍ତାକାଲି ନୂଆଦିଲ୍ଲୀସ୍ଥିତ ଡକ୍ଟର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଏହି ଆଲୋଚନାଚକ୍ରର ଆୟୋଜନ କରାଯାଇଛି।  ଏହି ଉଦ୍ୟମକୁ ଆହୁରି ଆଗେଇ ନେବା ପାଇଁ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ସ୍ପ୍ରିଣ୍ଟ ଚ୍ୟାଲେଞ୍ଜ ଉନ୍ମୋଚନ କରିବେ।ସ୍ପ୍ରିଣ୍ଟ ଚ୍ୟାଲେଞ୍ଜ ହେଉଛି ନୌବାହିନୀରେ ସ୍ୱଦେଶୀ କାରିଗରୀ ବିଦ୍ୟାର ଉପଯୋଗିତାକୁ ତ୍ୱରାନ୍ୱିତ କରିବ। ଆଜାଦୀ କା ଅମୃତ ମହୋତ୍ସବର ଅଂଶବିଶେଷ ଭାବେ ଏହି ଆଲୋଚନାଚକ୍ର ପ୍ରତିରକ୍ଷା ଅଭିନବତା ସଂଗଠନ ସହ ମିଳିତ ଭାବେ ଆୟୋଜନ କରାଯାଉଛି। ଭାରତୀୟ ନୌବାହିନୀରେ ଅତି କମରେ ୭୫ଟି ନୂଆ ସ୍ୱଦେଶୀ ଜ୍ଞାନକୌଶଳ ଓ ଉତ୍ପାଦ ସାମିଲ କରିବା ଲକ୍ଷ୍ୟରେ ଏହି ଉଦ୍ୟମ ଆରମ୍ଭ ହୋଇଛି। ଏହି ସହଭାଗିତାମୂଳକ ପ୍ରକଳ୍ପକୁ ସ୍ପ୍ରିଣ୍ଟ ନାମ ଦିଆଯାଇଛି। ସିିଧାସଳଖ କହିବାକୁ ଗଲେ ସପର୍ଟିଂ ପୋଲ୍‍-ଭଲଟିଙ୍ଗ ଇନ୍‍ ଆର୍‍ ଆଣ୍ଡ୍‍ ଡି ଜରିଆରେ ଆଇ.ଡି.ଇ.ଏକ୍ସ, ଏନ୍‍.ଆଇ.ଆଇ.ଓ, ଟି.ଡି.ଏ.ସି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା।

Spread the love