ଶରୀରରେ ଆଇରନ୍‌ର ମାତ୍ରା କମିଲେ ଦେଖାଦିଏ ଏହି ଲକ୍ଷଣ

 ହେମୋଗ୍ଲୋବିନ ତିଆରି କରିବା ପାଇଁ ଶରୀରରେ ଖୁବ୍‌ ଆଇରନ୍‌ ଦରକାର ହୁଏ। ଏକ ପ୍ରୋଟିନ୍ ଥାଏ ଯାହା ରେଡ୍‌ ରକ୍ତ କଣିକାକୁ ତୁମର ରକ୍ତବାହୀ ମାଧ୍ୟମରେ ଅମ୍ଳଜାନ ବିସ୍ତାର କରିବାରେ ସାହାଯ୍ୟ କରେ। ଯଦି ଆପଣଙ୍କ ଶରୀରରେ ଅମ୍ଳଜାନ ବହନ କରିବାକୁ ଯଥେଷ୍ଟ ହେମୋଗ୍ଲୋବିନ ନଥାଏ, ତେବେ ଆପଣଙ୍କର ମାଂସପେଶୀ ଏବଂ ଟିସୁକୁ ସଠିକ୍ ଭାବରେ କାର୍ଯ୍ୟ କରିବାକୁ ସମର୍ଥ ହୁଏ ନାହିଁ । ଏହି ଅବସ୍ଥାକୁ ରକ୍ତହୀନତା ବା ଏନିମିଆ କୁହାଯାଏ ।ତେବେ ଚାଲନ୍ତୁ ଜାଣିବା ଏହାର ଲକ୍ଷଣ

ମୁଣ୍ଡବ୍ୟଥା

ଆଇରନ୍‌ ନଥିଲେ ମୁଣ୍ଡ ବଥା ହେବା ଏକ ଲକ୍ଷଣ ଦେଖାଯାଏ। ଖାସ୍‌ କରି ଏହି ଗୁଡିକ ଋତୁସ୍ରାବ ସମୟରେ ଚାଲିଥାଏ। ମୁଣ୍ଡ ବ୍ୟଥା ହେବାର ଅନେକ କାରଣ ଥିଲେ ମଧ୍ୟ ଶରୀରରେ ଆଇରନ୍ ନଥିବାରୁ ମୁଣ୍ଡବ୍ୟଥା ହେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ଯଦିଓ ଆଇରନ୍‌ ନଥାଏ । ତାହେଲେ ମୁଣ୍ଡବଥାର କାରଣ ଏବଂ ପ୍ରଭାବ ଏପର୍ଯ୍ୟନ୍ତ ଅଜ୍ଞାତ ଅଟେ।

ନିଶ୍ବାସ ନେବାରେ ଅସୁବିଧା

ହିମୋଗ୍ଲୋବିନ୍ ଆମ ରେଡ୍‌ ବ୍ଲଡ୍‌ ସେଲ୍‌ସ୍‌ କୁ ଶରୀରର ଚାରିଆଡେ ପହଞ୍ଚିବାରେ ସକ୍ଷମ ହୁଏ। ହିମୋଗ୍ଲୋବିନ୍‌ର ମାତ୍ରା କମ୍‌ ହେଲେ ଆଇରନ୍ ସାଙ୍ଗକୁ ଅମ୍ଳଜାନର ମାତ୍ରା ମଧ୍ୟ କମ୍‌ ହୋଇଯାଏ। ସାଧାରଣ କାମ ପାଇଁ ଆବଶ୍ୟକ ହେଉଥିବା ଅକ୍ସିଜେନ୍‌ ମଧ୍ୟ ମାଂସପେଶୀକୁ ପର୍ଯାପ୍ତ ପରିମାଣରେ ମିଳି ନଥାଏ। ଯେତେବେଳେ ଆମ ଶରୀର  ଅଧିକ ଅମ୍ଳଜାନ ନେବାକୁ ଚେଷ୍ଟା କରେ, ଆମ ନିଶ୍ବାସ ବଢିଯାଇଥାଏ। ଏଥିପାଇଁ ନିଶ୍ବାସ ନେବାରେ ଅସୁବିଧା ହୋଇଥାଏ।

ଚମଡା  ଓ କେଶ ରୁକ୍ଷ ଏବଂ ଛଡିବା

କେଶ ବା ଚମଡା ରୁକ୍ଷ ବା କ୍ଷତିଗ୍ରସ୍ତ ହେବା ଆଇରନ୍‌ ନଥିବାର ସଂକେତ ହୋଇପାରେ। ଆଇରନ୍‌ ନଥିବା ଯୋଗୁଁ ହିମୋଗ୍ଲବିନ୍‌ କମ୍‌ ହୋଇଯାଇଥାଏ, ଏବଂ ଏହି କାରଣରୁ କେଶ ତିଆରି କରୁଥିବା କୋଶିକାଙ୍କ ପାଖରେ ଠିକ୍‌ ଭାବେ ଅମ୍ଳଜାନ ପହଞ୍ଚି ପାରେନାହିଁ। ଯେଉଁଥିପାଇଁ ଚର୍ମ ଓ ଚୁଟି ଦୁର୍ବଳ ହେବାସାଙ୍ଗକୁ ରୁକ୍ଷ ମଧ୍ୟ ହୋଇଯାଇଥାଏ। ଏହା ଦ୍ବାରା କେଶ ଝଡିବା ଭଳି ସମସ୍ୟା ଦେଖା ଦେଇଥାଏ।

ନଖ ଚାମଚ ଆକାରରେ ହେବା

ଚାମଚ ବା ଭଙ୍ଗୁର ଆକାରର ନଖ ଆଇରନ୍‌ ନଥିବାର ସଂକେତ ହୋଇଥାଏ। ଏହା କୋଇଲୋନିଚିୟା ଭାବେ ମଧ୍ୟ ଜଣାଶୁଣା। ଏପରି ଅବସ୍ଥାରେ ନଖର ଆକାର ଚାମଚ ଭଳି ହୋଇଯାଏ। ଯେଉଁଥିରେ ନଖର କେନ୍ଦ୍ର ତଳ ଆଡକୁ ଥାଏ ଓ ପାର୍ଶ୍ବ ଚାମଚ ପରି ଗୋଲ ଦେଖାଯାଏ।

ରେଷ୍ଟଲେସ୍‌ ଲେଗ୍

ରେଷ୍ଟଲେସ୍‌ ଲେଗ୍‌ ସିଣ୍ଡ୍ରୋମ୍‌କୁ ଆଇରନ୍‌ ଡେଫିସିଏନ୍ସି ସହ ଯୋଡା ଯାଇଛି। ଯେତେବେଳେ ଆମ ଗୋଡ ଶାନ୍ତ ଥାଏ ବା ଆରାମ କରୁଥାଏ, ସେତେବେଳେ ଆମକୁ ଗୋଡ ହଲାଇବାକୁ ଇଚ୍ଛା ହୁଏ। ଏହା ବ୍ୟତୀତ ଅତ୍ୟଧିକ ମାତ୍ରାରେ କୁଣ୍ଡାଇବା ସହ ସୁଳେଇବା ହେବା ଭଳି ଲାଗିଥାଏ। ଯାହା ସାଧାରଣଭାବେ ରାତିରେ ଏହା ଅଧିକ ଦେଖାଦିଏ। ଏହା ଯୋଗୁଁ ଶୋଇବା ବି କଷ୍ଟକର ହୋଇପଡେ।

Spread the love