ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଭେଟିଲେ ଅମିତ ଶାହ; କହିଲେ ଜଗଦୀପଙ୍କ ସବୁଠୁ ବଡ଼ ଭଲଗୁଣ

କୋଲକାତା ୧୭/୦୭: ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନକଡ଼ଙ୍କୁ ରବିବାର କେନ୍ଦ୍ର ଗୃହମନ୍ତ୍ରୀ  ଅମିତ ଶାହ ସାକ୍ଷାତ କରିଛନ୍ତି। ଶାହ ଧନକଡ଼ଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାବଇବା ସହିତ ତାଙ୍କ କାର୍ଯ୍ୟଦକ୍ଷତା ବିଷୟରେ ଟୁଇଟ୍‌ କରିଛନ୍ତି। ଧନକଡ଼ଙ୍କର ତୃଣମୂଳ ସମସ୍ୟା ଓ ସାମ୍ୱିଧାନିକ ଜ୍ଞାନରୁ ଦେଶକୁ ବହୁତ ଲାଭ ମିଳିବ ବୋଲି ଶାହ କହିଛନ୍ତି। ଉପରାଷ୍ଟ୍ରପତି ପଦ ପାଇଁ ଜଗଦୀପ ଧନକଡ଼ଙ୍କ ନାମ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଅନକ ବରିଷ୍ଠ ନେତା ଓ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସୂଚନାଥାଉକି, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଶନିବାର ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଭାବେ ଜଗଦୀପ ଧନଖଡ଼ଙ୍କ ନାମ ଘୋଷଣା କରିଛନ୍ତି। ସେ ବିଜେପି ସଂସଦୀୟ ଦଳ ବୈଠକ ପରେ କହିଥିଲେଯେ ପଶ୍ଚିମବଙ୍ଗର ରାଜ୍ୟପାଳ ଏନଡିଏର ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହେବେ। ଉପରାଷ୍ଟ୍ରପତି ପଦ ପାଇଁ ଧନକଡ଼ଙ୍କ ନାମ ଘୋଷଣା ହେବା ପରେ ଅମିତ ଶାହ ଟୁଇଟ କରି କହିଥିଲେ ଉପରାଷ୍ଟ୍ରପତି ଓ ରାଜ୍ୟସଭା ଅଧ୍ୟକ୍ଷ ଭାବେ ଜଗଦୀପ ଧନକଡ଼ ଚୟନିତ ହେଲେ ଆମ ଉଚ୍ଚ ସଦନର ଗାରିମା ବଢ଼ିବ। ଏହା ସହିତ ସଦନର ସାମ୍ୱିଧାନିକ ପ୍ରକ୍ରିୟାରେ ତାଙ୍କର ବ୍ୟାପକ ଓ ଅଧିକ ପ୍ରଶାସନିକ ଅଭିଜ୍ଞତା ଦେଶକୁ ବହୁତ ଲାଭ ମିଳିବ। ତାଙ୍କୁ ଆଗାମୀ ଶୁଭକାମନା ଦେଉଛି।

ଆଜି ରବିବାର ଜଗଦୀପ ଧନକଡ଼ଙ୍କ ସହିତ ସାକ୍ଷାତ କରିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟୁଇଟ କରି କହିଛନ୍ତି ‘’ଜଗଦୀପ ଧନକଡ଼ଙ୍କୁ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରିବା ପରେ ମୁହଁ ମିଠାକରି ତାଙ୍କୁ ଶୁଭେଚ୍ଛା ଜଣାଇଛି। ସାଧାରଣ କୃଷକ ପରିବାରରେ ଜନ୍ମହୋଇଥିବା ଧନକଡ଼ଙ୍କ ଜୀବନ ଲୋକ କଲ୍ୟାଣ ଓ ସମାଜର ଉତ୍ଥାନ ପାଇଁ ସମର୍ପିତ। ତୃଣ ସମସ୍ୟାରେ ତାଙ୍କ କାର୍ଯ୍ଯଦକ୍ଷତା ଓ ସାମ୍ୱିଧାନିକ ଜ୍ଞାନରୁ ଦେଶକୁ ବହୁତ ଲାଭ ମିଳିବ’’।

Spread the love