ନଈର ପ୍ରଖର ସ୍ରୋତରେ ଭାସିଗଲେ ୬ ଟିକିଆ ହାତୀପଲ

ମୁନିଗୁଡା, ୧୭/୦୭: ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ମହେନ୍ଦ୍ରତନୟା ତଥା ସାନ ନଦୀରେ ପ୍ରବଳ ବେଗରେ ପାଣି ଆସିଥିଲା। ସୁ ସୁ ଗର୍ଜ୍ଜନ କରି ବଢ଼ୁଥିଲା ପାହାଡ଼ି ନଈ। ଖଇରା ନିକଟସ୍ଥ ଭରା ସାନ ନଦୀରେ ଫସି ଯାଇଥିଲେ ଛଅ ଟିକିଆ ହାତୀ ପଲ। ନଈର ପ୍ରଖର ସୁଅରେ ଏକ ହାତୀ ଛୁଆ ଭାସିଯାଉଥିବା ଦେଖିବାକୁ ମିଳିଥିଲା । ଏହାପରେ ହାତୀପଲ ସୁରକ୍ଷିତ ଭାବେ ନଦୀରୁ ବାହାରି ଜଙ୍ଗଲ ଭିତରକୁ ଚାଲି ଯାଇଥିବା ଦେଖିବାକୁ ମିଳିଥିଲା। ଅପରପକ୍ଷରେ ଗୋଟିଏ ଦନ୍ତା ହାତୀ ପଲରୁ ବାହାରି ଅଲଗା ହୋଇ ଯାଇଥିବା ଜଣାପଡ଼ିଛି  । ଏହି ଦନ୍ତାହାତୀର ଗତିବିଧି ଉପରେ ନଜର ରଖାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Spread the love