ଡ୍ୟାନ୍ସ ଦିୱାନେ ଟାଇଟଲ ଜିତିଲେ ଆଦିତ୍ୟ

ମୁମ୍ବାଇ :ଗତକାଲି ଡ୍ୟାନ୍ସ ରିୟଲିଟି ଶୋ ‘ଡ୍ୟାନ୍ସ ଦିୱାନେ ଜୁନିୟର୍ସ’ର ଫାଇନାଲ୍‌ ରାଉଣ୍ଡ ପ୍ରଥମ ସିଜିନର ବିଜେତା ଘୋଷଣା କରାଯାଇଛି । ଏଥିରେ ୮ ବର୍ଷୀୟ ଆଦିତ୍ୟ ପାଟିଲ ଶୋ’ର ପ୍ରଥମ ସିଜିନର ବିଜେତା ହୋଇଛନ୍ତି। ପ୍ରାୟ ତିନି ମାସ ଧରି ଚାଲିଥିବା ଏହି ଶୋ’ର ଗ୍ରାଣ୍ଡ ଫାଇନାଲରେ ନିର୍ମାତା ଆଦିତ୍ୟଙ୍କୁ ବିଜେତା ଭାବେ ଘୋଷଣା କରିଥିଲେ।୧୩ ସପ୍ତାହ ଧରି କଠିନ ପରିଶ୍ରମ କରି ଅନେକ ପ୍ରତିଯୋଗୀଙ୍କୁ ଟକ୍କର ଦେଇଥିଲେ। ଆଦିତ୍ୟଙ୍କୁ ପୁରସ୍କାର ରୂପରେ ଟ୍ରଫି ସହ ୨୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛ। ଜଜ୍ ନୀତୁ କପୁର ଏବଂ ମର୍ଜିଙ୍କ ସହ ଗେଷ୍ଟ ହିସାବରେ ଯୋଗ ଦେଇଥିଲେ ଅମୀର ଖାନ। ଅମୀର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଲାଲ ସିଂ ଚଢା’ର ପ୍ରମୋସନ ପାଇଁ ଏଠାକୁ ଆସିଥିଲେ।ୱିନର ହେବା ପରେ ଆଦିତ୍ୟ କହିଥିଲେ କି, “ମୁଁ କେବେ ଭାବି ନଥିଲି ଯେ ମୁଁ ଏହି ଶୋ’ର ବିଜେତା ହେବି ବୋଲି, ଜିତିବା ମୋର ଜେଜେବାପାଙ୍କର ସ୍ୱପ୍ନ ଥିଲା ଏବଂ ମୁଁ ବହୁତ ଖୁସି ଯେ ମୁଁ ତାଙ୍କ ସ୍ୱପ୍ନକୁ ପୂରଣ କରି ପାରିଛି। ଡ୍ୟାନ୍ସ ଦିୱାନେ ଜୁନିଅର୍ସର ମୋ ପାଇଁ ଅତ୍ୟନ୍ତ ସ୍ମରଣୀୟ ହେବ, କାହିଁକି ନା ଏହା ମୋତେ ନୂଆ ଶିକ୍ଷା ଦେଇଛି। ” ମୁଁ ମୋର ପରିବାର, ବନ୍ଧୁ, ଜଜ୍‌ଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ସେମାନେ ମୋ  ଆତ୍ମବିଶ୍ୱାସକୁ ବଢାଇବା ସହ ପ୍ରେରଣା ମଧ୍ୟ ଦେଇଥିଲେ।

Spread the love