ଆଜି ହୀରାକୁଦରେ ଛଡାଯିବ ବର୍ଷର ପ୍ରଥମ ବନ୍ୟା ଜଳ

ସମ୍ବଲପୁର ୧୮।୦୭ : ସୋମବାର ଖୋଲିବ ହୀରାକୁଦ ଜଳଭଣ୍ଡାର । ପୂର୍ବାହ୍ନ ପ୍ରାୟ ୧୧ଟାରେ ବନ୍ଧର ବାମ ପାଶ୍ୱର୍ (ହୀରାକୁଦ ପଟ)ର ସପ୍ତମ ଗେଟ୍‌ ପ୍ରଥମ କରି ଖୋଲିବ । ଉଭୟ ପଟର ମୋଟ୍‌ ୫ଟି ଗେଟ୍‌ ଖୋଲିବାକୁ ଯୋଜନା ହୋଇଛି । ଛତିଶଗଡରେ ବର୍ଷା କମି ଯାଇଥିବା ବେଳେ ଯେତିକି ପାଣି ଆସିବ ସବୁ ନିଷ୍କାସନ କରିବାକୁ ସ୍ଥିର ହୋଇଛି । ସେପଟେ, ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ୬୧୨.୧୦ ଫୁଟ୍‌ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଉପରମୁଣ୍ଡରେ ହାରାହାରି ୨୫ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ରବିବାର ସନ୍ଧ୍ୟା ୬ଟାରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୩୯ ହଜାର ୪୩୦ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି । ଗେଟ୍‌ ଖୋଲିବା ବେଳକୁ ଜଳସ୍ତର ପ୍ରାୟ ୬୧୨ ଫୁଟ୍‌ ଯାଏ ପହଞ୍ଚିବାର ଆକଳନ କରାଯାଇଛି ।

ସେପଟେ, ଛତିଶଗଡରେ ବର୍ଷା କମି ଯାଇଥିବା ବେଳେ ଜଳଭଣ୍ଡାରକୁ ପ୍ରାୟ ୧ ଲକ୍ଷ ୫ ହଜାର କ୍ୟୁସେକ୍‌ ପାଣି ଆସିବା ନେଇ ସିଡବ୍ଲୁସି ଆକଳନ କରିଛି । ଏହି ପରିପ୍ରେକ୍ଷୀରେ ମୋଟ୍‌ ୫ଟି ଗେଟ୍‌ ଦେଇ ୭୫ ହଜାର କ୍ୟୁସେକ୍‌ ଜଳ ମହାନଦୀକୁ ଛଡାଯିବ । ଏହାଛଡା ପାୱାର୍‌ ଚ୍ୟାନେଲ, ବିଭିନ୍ନ କେନାଲ ଏବଂ ଶିଳ୍ପ ଜଳଯୋଗାଣ ଆଦି ମିଶି ଯେତିକି ପାଣି ଉପରମୁଣ୍ଡରୁ ଆସିବ ସବୁ ତକ ନିଷ୍କାସନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ବାମ ପଟର ୩ଟି ଏବଂ ଡାହାଣ ପଟର ୨ଟି ଗେଟ୍‌ ଖୋଲିବାକୁ ସ୍ଥିର ହୋଇଥିବା ସେ

Spread the love