ସପ୍ତାହରେ ଚମକିବ ତ୍ୱଚା

ଏମିତି ଆପଣମାନେ ଶୁଣିଥିବେ ଯେ କେଶ ଓ ତ୍ୱଚାର ଦାଗ  ପାଇଁ ପଇଡ ପାଣି ରାମବାଣ ସଦୃଶ୍ୟ।  ଖରାଦିନେ ଲୋକେ ଏହାର ଖୁବ ସେବନ କରିଥାଆନ୍ତି। ଦାଗହୀନ ତ୍ୱଚା ଓ ରେଶମୀ କେଶ ପାଇଁ ଏହା ଖୁବ ଉପକାରୀ। କେବଳ ପଇଡ ପାଣି ନୁହେଁ ଏହା ମଧ୍ୟରେ ଥିବା ନାଳି ନଡିଆ ମଧ୍ୟ ଖୁବ ଉପକାରୀହୋଇଥାଏ।ଆସନ୍ତୁ ଜାଣନ୍ତୁ….

ତ୍ୱଚାର ସୁନ୍ଦରତା ପାଇଁ ପଇଡ଼ ପାଣି ନିଶ୍ଚୟ ବ୍ୟବହାର କରନ୍ତୁ। ଏଥିରେ ଭିଟାମିନ ଏ,ସି, ପ୍ରୋଟିନ,କ୍ୟାଲସିୟମ, ପୋଟାସିୟମ, ମେଗ୍ନେସିୟମ ଭଳି ଅନେକ ତତ୍ତ୍ୱ ରହିଛି। ଏହିଭଳି କରନ୍ତୁ ଏହାର ବ୍ୟବହାର..
ସକାଳ ସମୟରେ କିମ୍ବା ରାତିରେ ଶୋଇବା ପୂର୍ବରୁ ପଇଡ ପାଣିରେ ତ୍ୱଚାକୁ ଭଲ ଭାବେ ମାଲିସ କରନ୍ତୁ। ଏହାସହ ପଇଡ ଭିତରେ ଥିବା ନାଳି ନଡିଆକୁ ଭଲ ଭାବେ ପେଷି ଦିଅନ୍ତୁ। ଏହାକୁ ତ୍ୱଚାରେ ଲଗାଇ ୧୦ ମିନିଟ ପାଇଁ ରଖି ଦିଅନ୍ତୁ। ପରେ ମୁହଁକୁ ଧୋଇ ଦିଅନ୍ତୁ। ସକାଳେ ଏହାକୁ ମୁହଁରେ ଲଗାଇବା ପୂର୍ବରୁ ପେଷିବା ପରେ କିଛି ସମୟ ଫ୍ରିଜରେ ରଖି ଦିଅନ୍ତୁ। ଏହାପରେ ଏହାକୁ ମୁହଁରେ ଲଗାନ୍ତୁ।

ଏହାକୁ ପେଷି ଏଥିରେ ଅଳ୍ପ ବେସନ ମିଶାନ୍ତୁ। ଏଥିରେ ଗୋଲାପ ଜଳ ମିଶାଇ ମୁହଁରେ ଲଗାନ୍ତୁ। ଏହାକୁ ଲଗାଇ ୨୦ ମିନିଟ ମୁହଁରେ ରଖିବା ପରେ ମୁହଁ ଧୋଇ ଦିଅନ୍ତୁ। ଏହା ତ୍ୱଚା ପାଇଁ ଖୁବ ଉପକାରୀ ହୋଇଥାଏ।

ଏହି ନଡିଆକୁ ପେଷି ବରଫ ଟ୍ରେରେ ରଖି ଦିଅନ୍ତୁ। ବରଫ ଭଳି ହେବା ପରେ ଏହାକୁ ମୁହଁରେ ମାଲିସ କରନ୍ତୁ। ୫ ରୁ ୬ ମିନିଟ ମାଲିସ ପରେ ୧୦ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ।

ଏହି ନଡିଆ ଓ ଓଟସ୍‍କୁ ମିଶାଇ ପେଷି ଦିଅନ୍ତୁ। ସ୍ନାନ ପୂର୍ବରୁ ଏହାକୁ ମୁହଁ ଓ ବେକରେ ୧୫ ମିନିଟ ମାଲିସ କରନ୍ତୁ। ସପ୍ତାହକୁ ୨ଥର ଏହାକୁ ବ୍ୟବହାର କରନ୍ତୁ। ଏହାକୁ ବ୍ୟବହାର କରି ହାତ ଓ ପାଦର କଳାଦାଗ ମଧ୍ୟ ଦୂର କରି ପାରିବେ।

Spread the love