ସଂପର୍କକୁ ସୁଦୃଢ କରିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଆଜିକାଲିର ଯୁବପିଢି ପ୍ରେମ ଅପେକ୍ଷା ଟାଇମପାସ୍‌ କରିବାକୁ ଅଧିକ ଭଲପାଉଛନ୍ତି। ସମ୍ପର୍କକୁ କେବଳ ବୁଲିବା, ଖାଇବା, ପିଇବା, ଗପ କରିବା ବୋଲି ଗ୍ରହଣ କରିନେଲେଣି। ସଂପର୍କର ଦୃଢତାକୁ କେହି ବୁଝିବାକୁ ନାରାଜ। ଯଦି ଆପଣ ନିଜ ସଂପର୍କକୁ ସୁଦୃଢ କରିବାକୁ ଚାହୁଁଛନ୍ତି, ତେବେ ଏମିତି କିଛି ଟିପ୍ସ ଅଛି ଯାହାକୁ ଆପଣଙ୍କୁ ଆପଣାଇବାକୁ ପଡିବ।

ରିଲେସନସିପ୍‌ ଏକ୍ସପର୍ଟ କିମ୍ବର୍ଲେ ମୋଫିଟ୍‌ଙ୍କ ନିଜ ଅଫିସିଆଲ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି କିପରି ସଂପର୍କକୁ ସୁଦୃଢ କରିବେ ତାହା ବିଷୟରେ ଜଣାଇଛନ୍ତି।

ଆପଣଙ୍କୁ ଯଦି କେହି ପସନ୍ଦ ତେବେ ନିଶ୍ଚିତ କୁହନ୍ତୁ। ଏପରି କହିଲେ, ଆପଣଙ୍କ ପାଖ ଲୋକ ସହିତ ସ୍ପେଶାଲ କନେକ୍ସନ ରହିବ।

ଆପଣଙ୍କୁ ଯେତେବେଳେ ମଧ୍ୟ ସୁଯୋଗ ମିଳେ, ସବୁବେଳେ ସାମ୍ନା ଲୋକ ସହିତ ମନ ଖୋଲି କଥା ହୁଅନ୍ତୁ। ଏହାଦ୍ୱାରା ସାମ୍ନା ଲୋକ ଆପଣଙ୍କୁ ନିଜ ଭଳି ଦେଖିବା ଆରମ୍ଭ କରିବ।

ଯଦି ଆପଣ ସବୁବେଳେ ମେକଅପ୍‌ କରି ନିଜ ଲୋକ ପାଖରେ ରହୁଥାନ୍ତି, ତାଙ୍କ ପାଖରେ କେବେ କେବେ ନ୍ୟାଚୁରାଲ ଲୁକରେ ଯାଆନ୍ତୁ। ସେ ଆପଣଙ୍କ ସହିତ କମ୍ପଫର୍ଟ ବୋଲି ଅନୁଭବ କରିବ।

ଯଦି ଆପଣ ଅନ୍ୟ ପୁଅଙ୍କ ପ୍ରତି ଆକର୍ଷିତ ହେଉଥାନ୍ତି, ତାହା ନିଶ୍ଚିତ କୁହନ୍ତୁ। ଏପରି କହିବା ଦ୍ୱାରା ସେ ଆପଣଙ୍କ ସହିତ ସଂପର୍କ ସୁଦୃଢ କରିବାକୁ ଚେଷ୍ଟା କରିବେ।

Spread the love