ବର୍ଷା ଜଳ ବ୍ୟବହାର ନ ହୋଇ ସମୁଦ୍ରରେ ମିଶୁଛି

୧୯/୭/୨୨:(ସତ୍ୟଦ୍ରଷ୍ଟା): ପ୍ରାକୃତିକ ଜଳସଂପଦ ପରିପୂର୍ଣ୍ଣ ଓଡ଼ିଶା ରାଜ୍ୟରେ ଚାଷୀଙ୍କୁ ଚାଷ ପାଇଁ ଜଳସେଚନ ବ୍ୟବସ୍ଥା ହୋଇପାରୁନାହିଁ ଯାହା ସମଗ୍ର ରାଜ୍ୟବାସୀଙ୍କୁ ଚିନ୍ତିତ ଓ ବ୍ୟଥିତ କରୁଛି ।  ପ୍ରଧାନମନ୍ତ୍ରୀ ଶାସନ କ୍ଷମତାକୁ ଆସିବା ପରେ ଓଡ଼ିଶାର ଚାଷୀଙ୍କୁ ସ୍ୱଚ୍ଛଳ ଓ ଚାଷ ବୃଦ୍ଧି ପାଇଁ ଜଳସେଚନ ବ୍ୟବସ୍ଥା ଲାଗି କୋଟି କୋଟି ଟଙ୍କା ମଞ୍ଜୁର କରୁଛନ୍ତି । ଚାଷୀଙ୍କ ସୁବିଧା ଲାଗି ମୋଦି ସରକାର ଜଳସେଚନ ପାଇଁ ୮୪୨.୯୮କୋଟି ଟଙ୍କା ଓଡ଼ିଶାକୁ ଦେଇଛନ୍ତି।  ରାଜ୍ୟର ୫ଟି ବୃହତ, ୯ଟି ବୃହତ ଉଠା ଓ ୧୦ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଅଡିଟ କରିଥିଲେ। ମାର୍ଚ୍ଚ ୨୦୨୦ ସୁଦ୍ଧା ୧୨,୭୪୨କୋଟି ଟଙ୍କା ବ୍ୟୟ ହୋଇଛି । ୯ଟି ବୃହତ ଉଠା ଜଳସେଚନକୁ ଛାଡିଦେଲେ ଅନ୍ୟ ପ୍ରକଳ୍ପଗୁଡିକର ମୂଲ୍ୟ ୧୪୨ରୁ ୪୫୯୬% ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।
ଦେଶରେ ଉପଲବ୍ଧ ଥିବା ଜଳର ୧୧ ପ୍ରତିଶତ ଜଳ ଓଡିଶାରେ ଅଛି । ଏହା ସତ୍ୱେ ରାଜ୍ୟର ପ୍ରତି ବ୍ଲକ୍‌କୁ ୩୫% ଜଳସେଚିତ କରିବା ପାଇଁ ଶାସକ ବିଜେଡିର ଘୋଷଣା ଚାଷୀକୁଳ ପ୍ରତି ପରିହାସରେ ପରିଣତ ହୋଇଛି । ନିର୍ବାଚନ ଆସିଲେ ‘ନୂତନ ଜଳପ୍ରକଳ୍ପ’ ଘୋଷଣା କରି ଦୀର୍ଘ ୨୨ ବର୍ଷ ଧରି ନିର୍ବାଚନ ବୈତରଣୀ ପାରି ହେଉଥିବା ଶାସକ ବିଜେଡି ଓଡିଶାବାସିଙ୍କୁ କେବଳ ଭୁଆଁ ବୁଲାଇ ଚାଲିଛି । ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଅନେକ ଜଳସେଚନ ପ୍ରକଳ୍ପର କାର୍ଯ୍ୟ ବର୍ଷ ବର୍ଷ ଧରି ଗଡି ଚାଲିଛି, ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ କାର୍ଯ୍ୟ ସଂପୂର୍ଣ୍ଣ ହେଉନଥିବାରୁ ଖର୍ଚ୍ଚ ମଧ୍ୟ ୪୨୦୦ ପ୍ରତିଶତକୁ ପହଂଚିଲାଣି । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସିଂଚାଇ ଯୋଜନାର ଅର୍ଥ ଖର୍ଚ୍ଚ ନହୋଇ ରାଜ୍ୟ ସରକାରଙ୍କ ପାଖରେ ପଡି ରହିଛି ।ଅନ୍ୟପକ୍ଷରେ ଭୂପୃଷ୍ଠ ଜଳସେଚନ ପ୍ରକଳ୍ପ(କେନାଲ ପ୍ରକଳ୍ପ) ଯୋଜନା, କାର୍ଯ୍ୟକାରିତା ଓ ମନିଟରିଂରେ ବ୍ୟାପକ ଅଭାବ ରହିଛି । ଜମି ଅଧିଗ୍ରହଣ ନହେବା, ଡିପିଆର ତ୍ରୁଟି, ଭୁର ସର୍ଭେ ଓ ଅନୁସନ୍ଧାନ, ତ୍ରୁଟିଯୁକ୍ତ ଡିଜିଇନ, କେନାଲ ପାଣିର ଅଭାବ ଯୋଗୁଁ ଅଡିଟ ହୋଇଥିବା ପ୍ରକଳ୍ପଗୁଡିକ ସଂପୂର୍ଣ୍ଣ ହୋଇପାରିନଥିଲା। ଜଳସେଚନ କ୍ଷମତାର ମାତ୍ର ୨୪% ଉପଯୋଗୀ ହେବା ସହ ବୃହତ ପ୍ରକଳ୍ପ ଗୁଡିକର କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ମଧ୍ୟ ବିଳମ୍ବ କରୁଛନ୍ତି ରାଜ୍ୟ ସରକାର ।
କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଓଡିଶା ରାଜ୍ୟକୁ ଜଳ ସେଚନ ପ୍ରକଳ୍ପ ବାବଦରେ ୮୪୩କୋଟି ଟଙ୍କା ଦେଇଥିଲେ। ଛତିଶଗଡ଼ର କଲମା ବ୍ୟାରେଜ ଲାଗି ଓଡ଼ିଶାର ନଦୀରେ ଏବେ ପାଣି କମିବାରେ ଲାଗୁଛି । ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଂଗରୁ ଓଡ଼ିଶା ଦେଇ ପ୍ରବାହିତ ବିଭିନ୍ନ ନଦୀ ଜରିଆରେ ରାଜ୍ୟକୁ ୩୫.୫୬ଶହ କୋଟି ଘନମିଟର ଜଳ ପ୍ରବେଶ କରୁଛି । ମାତ୍ର ରାଜ୍ୟ ସରକାରଙ୍କ ଅବ୍ୟବସ୍ଥିତ ଜଳ ସଂରକ୍ଷଣ କାରଣରୁ ୨୦୨୫ବେଳକୁ ଏହି ପରିମାଣ ୨୫.୨୭ଶହ କୋଟି ଘନମିଟରକୁ ହ୍ରାସ ପାଇବ ।
ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ନୀତି ଓ ଆନ୍ତରିକତା ଅଭାବ କାରଣରୁ ୮୦ ରୁ ୯୦% ବର୍ଷା ଜଳ ବ୍ୟବହାର ଉପଯୋଗୀ ହୋଇନପାରି ସିଧାସଳଖ ସମୁଦ୍ରରେ ମିଶୁଛ । ରାଜ୍ୟରେ ୩୫% ଜମି ଜଳସେଚନ ନାଁରେ  ସରକାର ପ୍ରହେଳିକା କରିଆସୁଛନ୍ତି।

Spread the love