ଚତୁର୍ଥ ରାଉଣ୍ଡରେ ଆଗରେ ଋଷି ସୁନକ୍‌, ହେବେ ଆଗାମୀ ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ !

ନୂଆଦିଲ୍ଲୀ , ୧୯ /୭: ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଇସ୍ତଫା ପରେ ଏବେ କିଏ ହେବ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ସେ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଭୋଟିଂ ଜାରି ରହିଛି । ୪ ରାଉଣ୍ଡର ଭୋଟିଂ ସରିଥିବା ବେଳେ ଏଥିରେ ଆଗରେ ରହିଛନ୍ତି ଭାରତୀୟ ବଂଶଦ୍ଭୋବ ଋଷି ସୁନକ୍‌ । ୧୧୮ ଖଣ୍ଡ ଭୋଟ ପାଇ ସେ ଚତୁର୍ଥ ରାଉଣ୍ଡରେ ଲିଡ୍‌ରେ ରହିଛନ୍ତି । ଏଥିସହିତ ସେ କଞ୍ଜରଭେଟିଭ୍‌ ପାର୍ଟିର ଆଗାମୀ ପ୍ରଧାନମନ୍ତ୍ରୀ ହେବା ନେଇ ଏକ ପ୍ରକାର ସ୍ପଷ୍ଟ ଜଣାପଡ଼ୁଛି ।

ତୃତୀୟ ରାଉଣ୍ଡରେ ଋଷିଙ୍କୁ ମିଳିଥିଲା ୧୧୫ ଭୋଟ । ଚତୁର୍ଥ ରାଇଣ୍ଡରେ ସେ ଏହାଠାରୁ ଅଧିକ ଭୋଟ ପାଇଛନ୍ତି । ଅନ୍ୟପଟେ ବ୍ରିଟିଶ୍‌ ବାଣିଜ୍ୟ ମନ୍ତ୍ରୀ ପେନୀ ମୋରଡାଉଣ୍ଟ ୯୨ ଭୋଟ ପାଇ ଦ୍ୱିତୀୟରେ ଅଛନ୍ତି । ତାଙ୍କ ପଛରେ ୮୬ ଖଣ୍ଡ ଭୋଟ ବୈଦେଶିକ ବ୍ୟାପାର ସଚିବ ଲିଜ୍‌ ଟ୍ରସ୍‌ ୮୬ ଭୋଟ୍‌ ପାଇଛନ୍ତି । ପୂର୍ବରୁ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ରାଉଣ୍ଟ ଭୋଟିଂରେ ମଧ୍ୟ ସୁନକ ଆଗରେ ରହିଥିଲେ । ବୋରିସ ଜନସନ ଅବଶ୍ୟ ଏବେ ଇଂଲଣ୍ଡର କାମଚଳା ପ୍ରଧାନମନ୍ତ୍ରୀ ଭାବେ ପଦବୀରେ ରହିଛନ୍ତି । ନୂତନ ପ୍ରଧାନମନ୍ତ୍ରୀ ଚୟନ ହେବା ପର୍ଯ୍ୟନ୍ତ ସେ କାମଚଳା ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବେ ।

Spread the love