ଫୋନ୍‌ ଟେପିଙ୍ଗ ମାମଲା: ଇଡି ଦ୍ୱାରା ମୁମ୍ୱାଇର ପୂର୍ବତନ ପୋଲିସ କମିଶନର ସଞ୍ଜୟ ପାଣ୍ଡେ ଗିରଫ

ମୁମ୍ୱାଇ ୧୯/୦୭: ଫୋନ୍ ଟେପିଙ୍ଗ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ମୁମ୍ୱାଇର ପୂର୍ବତନ ପୋଲିସ କମିଶନର ସଞ୍ଜୟ ପାଣ୍ଡେଙ୍କୁ ଗିରଫ କରିଛି। ସେ ଏନଏସଇ କମ୍ପାନୀର କର୍ମଚାରୀମାନଙ୍କର ବେଆଇନ ଫୋନ୍‌ ରେକର୍ଡ କରିଥିଲେ ବୋଲି ଅଭିଯୋଗ ରହିଛି। ପାଣ୍ଡେ ଚଳିତ ବର୍ଷ ଜୁନ୍‌ ୩୦ରେ ଅବସର ନେଇଥିଲେ। ୨୦୦୯ରୁ ୨୦୧୭ ମଧ୍ୟରେ   ସେ ଏନଏସଇ କର୍ମଚାରୀମାନଙ୍କର ବେଆଇନ ଫୋନ୍‌ ରେକର୍ଡ କରିଥିଲେ ବୋଲି ଅଭିଯୋଗ ରହିଛି। ସେଥିପାଇଁ ଏସଇସି ପ୍ରାଇଭେଟ୍‌ ସର୍ଭିସେସ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ କମ୍ପାନୀ ତାଙ୍କୁ ୪.୪୫ କୋଟି ଟଙ୍କା ଦେଇଥିଲା।

Spread the love