କୋଚିରୁ ଧରା ପଡିଲା ରୁଷ ଜାହାଜ, ଭାରତୀୟ ନୌସେନା ପାଇଁ ଆଣୁଥିଲା ଯୁଦ୍ଧାସ୍ତ୍ର, ଜାଣନ୍ତୁ ମାମଲା କ’ଣ

କୋଚି: ଭାରତରେ ରୁଷର ଏକ ମାଲବାହୀ ଜାହାଜ(କାର୍ଗୋ ଶିପ୍)କୁ ଗିରଫ କରାଯାଇଛି। ଜାହାଜକୁ ଆଉ କେହି ନୁହେଁ ବରଂ ଖୋଦ୍ କେରଳ ହାଇକୋର୍ଟଙ୍କ ନିର୍ଦ୍ଦେଶରେ କୋଚି ବନ୍ଦରରେ ଅଟକା  ଯାଇଛି। ଧରା ଯାଇଥିବା ଏହି ଜାହାଜ ରୁଷର ଆଷ୍ଟୋନିଆଇ କମ୍ପାନୀର ଏବଂ ଏଥିରେ ଭାରତୀୟ ନୌସେନା ପାଇଁ ଯୁଦ୍ଧାସ୍ତ୍ର ଅଣାଯାଉଥିଲା। ଜାହାଜକୁ ଅଟକ ରଖାଯାଇଥିବାର କାରଣ ହେଉଛି ଫୁଏଲ ଚାର୍ଜ ଭାବେ ପାଖାପାଖି ୧.୮୭ କୋଟି ଟଙ୍କା ପୈଠ କରାଯାଇ ନାହିଁ। ଜାହାଜର ନାମ MV MAIA-I। ଏହି ମାମଲାରେ ରୁଷ ରାଷ୍ଟ୍ରଦୂତ ଭାରତ ସରକାରଙ୍କ ଜବାବ ଲୋଡିଛନ୍ତି। ରୁଷ ଦୂତାବାସର କହିବା କଥା ବକୈୟା କେବେଠୁ ପୈଠ କରାଯାଇଛି।

ଦୂତାବାସ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟଠୁ ଘଟଣା ଉପରେ ସଂପୂର୍ଣ୍ଣ ସ୍ପଷ୍ଟୀକରଣ ଜାରି କରିବାକୁ ଅନୁରୋଧ କରାଯାଇଛି। ରୁଷ ଦୂତାବାସ ମୁତାବକ, କୋଚି ବନ୍ଦରରେ ରୁଷର ମାଲବାହୀ ଜାହାଜକୁ ଗିରଫ  କରାଯିବାର ଖବର ବିଷୟରେ ଅବଗତ ଅଛୁ। ଏହି ଜାହାଜରେ ଭାରତୀୟ ସଶସ୍ତ୍ର ବଳ ପାଇଁ ଅସ୍ତ୍ର ଶସ୍ତ୍ର ଅଣାଯାଉଥିଲା। ଅଭିଯୋଗ ହୋଇଛି ଯେ, ଜାହାଜ ମାଲିକଙ୍କ ଉପରେ ଋଣ ଥିଲା। ହେଲେ ରୁଷ ଦୂତାବାସର କହିବା କଥା ଜାହାଜରୁ ମାଲ ଓହ୍ଲାଇବାକୁ ଅନୁମତି ଦିଆଯାଉ କାରଣ ଏହି ମୋକଦ୍ଦମା ସହିତ ଏହାର କୌଣସି ନେଣଦେଣ ନାହିଁ। ଚେନ୍ନାଇରେ ରୁଷ ମହାବାଣିଜ୍ୟ ଦୂତାବାସ ଘଟଣା ଉପରେ ନଜର ରଖିଛନ୍ତି।

Spread the love