ଛାତ୍ରୀଙ୍କୁ ଚୁମ୍ୱନ ଦେବାକୁ ବାଧ୍ୟ କରୁଛନ୍ତି ଶିକ୍ଷକ

ହାଟଡିହି ୧୯/୦୭: ଗୁରୁ ଶିଷ୍ୟ ପରମ୍ପରାରେ ଲାଗିଛି କଳଙ୍କ। ଅନେକ ଜାଗାରେ ଶିକ୍ଷକମାନେ ଛାତ୍ରୀଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ ହେଉଛି। ଏପରି ଜଣେ ଦୁଇଜଣ ଶିକ୍ଷକଙ୍କ ପାଇଁ ଏବେ ସମଗ୍ର ଶିକ୍ଷକ ସମାଜ ନିନ୍ଦିତ ହେଉଛନ୍ତି। ଏପରି ଏକ ଘଟଣା ଘଟିଛି ହାଟଡ଼ିହି ବ୍ଲକ ଗୋପାଳପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ବିଦ୍ୟାଳୟର ଜଣେ ଶିକ୍ଷକ ଛାତ୍ରୀମାନଙ୍କୁ ଚୁମା ଦେବାକୁ ବାଧ୍ୟ କରୁଥିବା ବେଳେ କିଛି ଛାତ୍ରୀଙ୍କୁ ଡାକି କୋଳରେ ବସାଉଛନ୍ତି। ଏହାକୁ ନେଇ ଛାତ୍ରୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ ଏ ବିଷୟରେ ସେମାନେ ତାଙ୍କ ଅଭି ଭାବକଙ୍କୁ ଜଣାଇଥିଲେ।

ଅଭିଭାବକମାନେ ଏନେଇ ମଙ୍ଗଳବାର ବିଦ୍ୟାଳୟରେ ପହଞ୍ଚି ସେହି ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ ପ୍ରତିବାଦ କରିଛନ୍ତି। ଏହା ସହିତ ଏହି ଶିକ୍ଷକଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେହିପରି ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ଖାଲି ଉଠାଇବା ପାଇଁ ବାଧ୍ୟ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ସଂପୃକ୍ତ ଶିକ୍ଷକ ଏହି ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ଗୁରୁ ଶିଷ୍ୟ ପରମ୍ପରାର ଏକ ବିଷୟ ଉପରେ ପଢ଼ାଇବା ବେଳେ ଚୁମ୍ବନ ସମ୍ପର୍କରେ ବୁଝାଉଥିଲେ ବୋଲି କହିଛନ୍ତି।  ସେହିପରି ଯେ ଏବିଷୟରେ  ଅଭିଯୋଗ ମିଳିଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଆଯିବ ବୋଲି ହାଟଡ଼ିହି ବ୍ଲକ ଏବିଓ ଧନେଶ୍ୱର ଖଣ୍ଡେଇ କହିଛନ୍ତି।

Spread the love