୫ ବର୍ଷରେ ୭ ସହର ଏବଂ ଜାଗାର ନାଁ ବଦଳିଛି, ଗୃହରେ ଉତ୍ତର ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗତ ୫ ବର୍ଷରେ ଆହ୍ଲାବାଦ ସହ ସାତଟି ସହରର ନାଁ ପରିବର୍ତ୍ତନ କରିବାକୁ ମଞ୍ଜୁରୀ ଦେଇଛନ୍ତି । ଅହ୍ଲାବାଦର ନାଁ ପରିବର୍ତ୍ତନ କରି ପ୍ରୟାଗରାଜ ରଖାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ଏକ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ପଶ୍ଚିମବଙ୍ଗ ସରକାର ତରଫରୁ ରାଜ୍ୟର ନାଁକୁ ତିନୋଟି ଭାଷା-ବାଂଲା, ଇଂରାଜୀ ଏବଂ ହିନ୍ଦୀରେ ବାଂଲା କରିବାକୁ ପ୍ରସ୍ତାବ ଆସିଛି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଆନ୍ଧ୍ର ପ୍ରଦେଶର ରାଜୁମନ୍ଦରୀ ସହରର ନାଁ ରାଜା ମହେନ୍ଦ୍ରବରମ, ଝାଡଖଣ୍ଡରେ ନଗର ଉଣ୍ଟାରୀର ନାଁ ଶ୍ରୀ ବଂଶୀଧର ନଗର କରିବାକୁ ମଞ୍ଜୁରୀ ଦିଆଯାଇଛି। ମନ୍ତ୍ରୀ କହିଛନ୍ତି ମଧ୍ୟ ପ୍ରଦେଶର ବୀରସିଂହପୁର ପାଲିକୁ ମାଆ ବିରାସିନୀ ଧାମ, ହୋସଙ୍ଗାବାଦର ନାଁ ନର୍ମଦାପୁରମ ଏବଂ ବାବଇ ନାଁକୁ ମାଖନ ନଜର ରଖିବା ପାଇଁ ମଞ୍ଜୁରୀ ଦିଆଯାଇଛି

Spread the love