ଭୁବନେଶ୍ୱରରେ ପହଞ୍ଚିଲା ଅଜୟ ପରିଡ଼ାଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର ୨୦।୦୭ : ଓଡିଶାରେ ପହଞ୍ଚିଲା ଅଜୟ ପରିଡ଼ାଙ୍କ ପାର୍ଥିବ ଶରୀର । ଗୌହାଟିରୁ ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଞ୍ଚିଛି ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ପାର୍ଥିବ ଶରୀର । ଏହାପରେ ବିମାନବନ୍ଦରରୁ ଆଇଏଲ୍‌ଏସ୍‌କୁ ନିଆଯିବ ଅଜୟଙ୍କ ପାର୍ଥିବ ଶରୀର ।

ଖବର ଅନୁଯାୟୀ, ମଙ୍ଗଳବାର ଦିନ ଗୌହାଟୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ ଅଜୟ ପରିଡ଼ା । ହେଲେ ସେଠାରେ ତାଙ୍କର ଅକାଳ ବିୟୋଗ ହୋଇଥିଲା । ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଥିଲା । ତେବେ ବୁଧବାର ମୃତଦେହ ଭୁବନେଶ୍ୱରରେ ପହଞ୍ଚିବା ପରେ ଆଇଏଲ୍‌ଏସ୍‌ କାର୍ଯ୍ୟାଳୟକୁ ନିଆଯିବ । ପରେ ପରେ ତାଙ୍କ ମୃତଦେହକୁ ଜନ୍ମସ୍ଥାନ ଯାଜପୁର ଜିଲ୍ଲା ଭଗବାନପୁରକୁ ନିଆଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି ।  

Spread the love