ତୃପ୍ତି ଶତପଥୀ ଖାରବେଳ ନଗର ଥାନାରେ ଦେଲେ ଏତଲା, ମାମଲା ରୁଜୁ

ଷ୍ଟାର କଳିରେ ନୂଆ ଟ୍ଵିଷ୍ଟ । ପ୍ରକୃତି ମିଶ୍ରଙ୍କ ବାପା ଓ ମାଆ ଥାନାରେ ବାବୁସାନଙ୍କ ଶ୍ୱଶୁରଙ୍କ ନାଁରେ ଏତଲା ଦେବା ପରେ ନୂଆ ଟ୍ଵିଷ୍ଟ ସାମନାକୁ ଆସିଛି । ଖାରବେଳନଗର ଥାନାରେ ବାବୁସାନଙ୍କ ମାଆ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ଉପସ୍ଥିତିରେ ଲିଖିତ ଏତଲା ଦେଇଛନ୍ତି ବୋହୂ ତୃପ୍ତି ଶତପଥୀ ।

ଖାରବେଳନଗର ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ଜଣେ ମହିଳା ଅଫିସର ତୃପ୍ତିଙ୍କ ବୟାନ ରେକର୍ଡ କରିଛନ୍ତି । ଅଧିକ ଖୋଳତାଡ ଚଳାଇଛି ପୋଲିସ । ଆଜିର ଘଟଣା ପରେ ଅପରାହ୍ଣରେ ବୋହୂ ତୃପ୍ତିଙ୍କ ଘରେ ପହଞ୍ଚିଥିଲେ ଅପରାଜିତା ମହାନ୍ତି । ସେଠାରେ କିଛି ସମୟ ରହିବା ପରେ ବୋହୂଙ୍କୁ ଧରି ଥାନାରେ ପହଞ୍ଚିଥିଲେ ଅପରାଜିତା । ତାଙ୍କ ସହ ତୃପ୍ତିଙ୍କ ବାପା ଓ ମାଆ ବି ଥିଲେ ।

Spread the love