୬୦ଗ୍ରାମ୍‌ର ସୁନା ଚୋରି କରି ନେଉଥିଲେ ୨ମହିଳା ଓ ଜଣେ ଯୁବକ

ସୁନା ଦୋକାନରୁ ଚୋରି କରି ୩ ଗିରଫ । ସମ୍ବଲପୁର ଜିଲ୍ଲା ଧନୁପାଲି ଛକ ନିକଟସ୍ଥ ଏକ ସୁନା ଦୋକାନରୁ ଚୋରି କରୁଥିବା ବେଳେ ଦୁଇ ମହିଳା ଓ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ । ଦୋକାନରେ ଗ୍ରାହକ ନଥିବା ବେଳେ ସୁନା କିଣିବା ପାଇଁ ପଶିଥିଲେ । ଗିରଫ ୨ ମହିଳା ଅତି ଚଞ୍ଚକତା କରି ପ୍ରାୟ ୬୦ଗ୍ରାମ୍‌ର ସୁନା ଚୋରି କରି ନେଉଥିବାର ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଛି।

 

ଦୋକାନ ବାହାରକୁ ଏମାନେ ଯାଉଥିବା ସମୟରେ ଦୋକାନୀ ସେମାନଙ୍କୁ ଅଟକାଇବା ସହ ତାଙ୍କ ଠାରୁ ଚୋରି ସୁନା ଜବତ କରିଥିଲେ । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ସହ ଆଉ ଦୁଇ ଜଣ ମଧ୍ୟ ଥିଲେ । ପୋଲିସକୁ ଦେଖି ସେମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

Spread the love