ଚେନ୍ନାଇରେ ପ୍ରକୃତିଙ୍କ ସହ ଫ୍ୟାମିଲି ଫଟୋ ସେୟାର କଲେ ମା’ କ୍ରିଷ୍ଣା

ଚେନ୍ନାଇରେ ପ୍ରକୃତି ମିଶ୍ର । ଚେନ୍ନାଇରେ ପ୍ରକୃତିଙ୍କ ସହ ବାପା ମନ୍ମଥ ଓ କୃଷ୍ଣପ୍ରିୟା ମିଶ୍ର । ବାବୁସାନ ଓ ପ୍ରକୃତିଙ୍କ ସମ୍ପର୍କକୁ ନେଇ ଦେଖାଦେଇଥିବା ଝଡ଼ ଥମିବାର ନା ଧରୁନି । ଗୋଟିଏ ପରେ ଗୋଟିଏ ଭିଡ଼ିଓ ଜାରି କରି ଦୁଇ ପରିବାରର ସଦସ୍ୟ ପରସ୍ପରକୁ ଦୋଷାରୋପ କରୁଥିବା ବେଳେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ବାକ୍‌ ଯୁଦ୍ଧ ଆରମ୍ଭ ହୋଇଛି ।

ପ୍ରକୃତିଙ୍କ ପରିବାରର ଫଟୋ ଭାଇରାଲ ହେଉଛି । ଯେଉଁଥିରେ ପ୍ରକୃତି, ତାଙ୍କ ମା କୃଷ୍ଣପ୍ରିୟା, ବାପା ମନ୍ମଥ ମିଶ୍ର ଓ ଭାଇ ଏକ ଟେବୁଲରେ ବସିଛନ୍ତି । ଏହି ଫଟୋରୁ ପ୍ରକୃତିଙ୍କ ପରିବାର ଚେନ୍ନାଇରେ ପହଞ୍ଚିଥିବା ଜଣାଯାଇଛି । ପ୍ରକୃତିଙ୍କ ସହ ଫ୍ୟାମିଲି ଫଟୋ ସେୟାର କଲେ ମା କ୍ରିଷ୍ଣା । କ୍ରିଷ୍ଣା କହିଛନ୍ତି ପ୍ରତିଟି ପ୍ରତିବନ୍ଧକ ପରେ ସମସ୍ତେ ହୋଇଛନ୍ତି ରିଲାସ୍କ । ଖୁବଶୀଘ୍ର ପ୍ରକୃତି ପରିବାର ସହ ଘରକୁ ଫେରିବେ ବୋଲି ଜଣାପଡିଛି ।

Spread the love