ବିଷାକ୍ତ ମଦ ପିଇ ୧୯ ମୃତ

ଗୁଜୁରାଟର ବୋଟାଦ ଜିଲ୍ଲାରେ ରୋଜିଦ ଗାଁରେ ବିଷାକ୍ତ ମଦ ପିଇ ଏବେସୁଦ୍ଧା ୧୯ ଜଣଙ୍କ ମୃତ୍ୟୁ ହୋଇଛି। ୪୦ରୁ ଅଧିକ ବ୍ୟକ୍ତି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ତେଣୁ ମୃତକଙ୍କ ସଂଖ୍ୟା ବଢିପାରେ। ଘଟଣା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧୦ ଜଣଙ୍କୁ ଅଟକ ରଖିବା ସହ ପଚରାଉଚରା କରୁଛି । ଏହାଛଡା ଉଚଣ୍ଡି, ଚନ୍ଦରବା, ଆକରୁ ଏବଂ ଅନିବାରୀ ଗାଁରେ ବିଷାକ୍ତ ମଦ ପିଇ ଗ୍ରାମବାସୀ ପ୍ରଭାବିତ ହୋଇଛନ୍ତି। ସେହିପରି ଅହମ୍ମଦାବାଦର ଧନ୍ଧୁକାରେ ବିଷାକ୍ତ ମଦ ପିଇ ଅନେକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।ଅନ୍ୟଦିଗରେ ଏସଆଇଟି ବ୍ୟତୀତ ଗୁଜୁରାଟ ଏଟିଏସ ଭିନ୍ନ ଭିନ୍ନ ଦିଗରୁ ମାମଲାର ତଦନ୍ତ କରୁଛି ।

ସେହିପରି ଭାବନଗର ଆଇଜି ଅଶୋକ ଯାଦବଙ୍କ କହିବାନୁସାରେ, ଦୋଷୀ ଖସି ପାରିବେନି । ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗୁଜୁରାଟରେ ମଦ ଉପରେ କଟକଣା ଲାଗିଛି । ଏହା ସତ୍ତ୍ୱେ ମଦ କେଉଁଠୁ ଆସୁଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Spread the love