ପଳାୟନ କରିଥିବା ଗୋଟାବାୟା ଫେରିବେ ଶ୍ରୀଲଙ୍କା

କଲମ୍ବୋ : ଶ୍ରୀଲଙ୍କାରେ ଜନଆନ୍ଦୋଳନ ମୁଣ୍ଡ ଟେକିବା ପରେ ପଳାୟନ କରିଥିବା ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଶୀଘ୍ର ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଗତକାଲି ସର୍ବଦଳୀୟ ସରକାରର ଜଣେ ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି। ଗଣମାଧ୍ୟମ ମନ୍ତ୍ରୀ ବନ୍ଦୁଲା ଗୁଣବର୍ଦେନାଙ୍କୁ ଖବରଦାତାମାନେ ଗୋଟାବାୟା କାହିଁକି ସିଙ୍ଗାପୁରରେ ଲୁଚିଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ବନ୍ଦୁଲା କହିଥିଲେ, ପୂର୍ବତନ ରାଷ୍ଟ୍ରପତି ଆତ୍ମଗୋପନ କରିନାହାନ୍ତି, ବୈଧ ଭିଜା ପାଇଁ ସେ ସିଙ୍ଗାପୁର ଯାଇଛନ୍ତି। ସେ ଶୀଘ୍ର ଶ୍ରୀଲଙ୍କାକୁ ଫେରିବେ। ତାଙ୍କର ଯେପରି କୌଣସି କ୍ଷତି ନ ହେବ ସେଥିପାଇଁ ଶ୍ରୀଲଙ୍କା ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ବନ୍ଦୁଲା କହିଛନ୍ତି।

Spread the love