ପୋଖରୀରେ ବୁଡିଗଲେ ଶିଶୁ କନ୍ୟା

ଭଦ୍ରକ : ପୋଖରୀରେ ପଡି ୫ ବର୍ଷ ଶିଶୁର କନ୍ୟାର ମୃତ୍ୟୁ ହୋଇଛି । ମୃତ ଶିଶୁ କନ୍ୟା ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ମାଧପୁର ପଞ୍ଚାୟତ ଅଣଖାସାହି ଗାଁର ରଞ୍ଜନ ଦାସଙ୍କ ଝିଅ ଶ୍ବାତୀ ।ସୂଚନାଯୋଗ୍ୟ ଯେ, ଶିଶୁ କନ୍ୟାଟି ଘର ନିକଟରେ ଖେଳୁଥିବା ବେଳେ ଅସାବଧାନତା ବଶତଃ ପୋଖରୀରେ ବୁଡିଯାଇଥିଲେ । ପରିବାର ଲୋକେ ଶିଶୁଟିକୁ ପୋଖରୀରୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଶିଶୁଟିର ମୃତ୍ୟୁକୁ ନେଇ ମେଡିକାଲ ପରିସରରେ ଓ ଗାଁରେ ମଧ୍ୟ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ।

Spread the love