ନ୍ୟାୟିକ ଅଧିକାରୀଙ୍କୁ ମିଳିବ ବର୍ଦ୍ଧିତ ବେତନ

ନୂଆଦିଲ୍ଲୀ: ଦେଶର ପ୍ରାୟ ୨୫ ହଜାର ନ୍ୟାୟିକ ଅଧିକାରୀଙ୍କୁ ଖୁବଶୀଘ୍ର ମିଳିବ ବର୍ଦ୍ଧିତ ବେତନ  । ୧ ଜାନୁଆରୀ ୨୦୧୬ରୁ ବଢିଥିବା ବେତନ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ  । ଏହା ସହ ତିନୋଟି କିସ୍ତିରେ ଲାଗୁ ବକେୟା ଏରିଅର ଦେବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ କହିଛନ୍ତି  । ପ୍ରଥମ ତିନି ମାସ ମଧ୍ୟରେ ୨୫ ପ୍ରତିଶତ ବକେୟା ଦିଆଯିବ  । ଏହାର ତିନି ମାସ ମଧ୍ୟରେ ୨୫ ପ୍ରତିଶତ ବକେୟା ଦରମା ୩୦ ଜୁନ ୨୦୨୩ ସୁଦ୍ଧା ମିଳିପାରିବ  ।ଏହାପୂର୍ବରୁ ତେଲେଙ୍ଗାନାରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଯୋଗ ଦେଇ ମୁଖ୍ୟ ବିଚାରପତି ଏନଭି ରମଣ କହିଥିଲେ ଯେ ମାନସିକ ଓ ଶାରିରୀକ ସୁସ୍ଥତା ପାଇଁ ବିତ୍ତୀୟ କଲ୍ୟାଣ ଏକ ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗ ଅଟେ । ଖୁବଶୀଘ୍ର ବେତନ ଆୟୋଗ ସମ୍ବନ୍ଧିତ ପ୍ରସଙ୍ଗରେ ନ୍ୟାୟିକ ଅଧିକାରୀଙ୍କୁ ଖୁସି ଖବର ମିଳିବ  ।ସପ୍ତମ ବେତନ ଆୟୋଗଙ୍କ ସୁପାରିଶକ୍ରମେ କେନ୍ଦ୍ର ସରକାରଙ୍କ କର୍ମଚାରୀ (୧ ଜାନୁଆରୀ ୨୦୧୬) ବର୍ଦ୍ଧିତ ବେତନ ଲାଗୁ ହେବ  । ଗତ ୨୦୦୬ରେ ଜିଲ୍ଲା ନ୍ୟାୟପାଳିକାଙ୍କ ନ୍ୟାୟାଧୀଶଙ୍କ ବେତନ ସଂଶୋଧନ କରାଯାଇଥିଲା । ଏହାପରେ ସର୍ବୋଚ୍ଚ ନ୍ୟାୟାଳୟ ନ୍ୟାୟପାଳିକାଙ୍କ ବେତନ, ସେବା, ସର୍ତ୍ତ ଆଦିର ସମୀକ୍ଷା କରି ୨୦୧୭ରେ ଦ୍ବିତୀୟ ରାଷ୍ଟ୍ରୀୟ ନ୍ୟାୟିକ ବେତନ ଆୟୋଗ ଗଠନ କରିଥିଲେ ।

Spread the love