୨୦୨୦-୨୧ରେ ଉଦ୍ୟାନ କୃଷି ଉତ୍ପାଦନ ନେଇ ବିଧାୟକ ସୁରେଶ ରାଉତରାୟଙ୍କ ପ୍ରଶ୍ନର ଉତ୍ତର ରଖିଲେ କୃଷି ମନ୍ତ୍ରୀ

ଭୁବନେଶ୍ବର ୨୭୨୦୨୦-୨୧ରେ ଉଦ୍ୟାନ କୃଷିରେ ଉତ୍ପାଦନ ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ମନ୍ତ୍ରୀ କହିଛନ୍ତି, ଫଳ ଅଁଳା, ବେଲ, କଦଳୀ, ପଣସ, କଦଳୀ, ସପୁରୀ, ଡାଳିମ୍ବ, ସପେଟା ଆଦି ଫଳ ଲକ୍ଷେ ୫୪ ହଜାର ହେକ୍ଟରରେ ଚାଷ କରାଯାଇଥିବା ବେଳେ ୫୨୬.୭୦ ମେଟ୍ରିକ୍ ଟନ୍ ଅମଳ ଉତ୍ପାଦନ ହୋଇଛି । ସେହିଭଳି ଛତୁ, ଭେଣ୍ଡି, ମୂଳା, ଆଳୁ, ବିନସ, ବନ୍ଧାକୋବି ଭଳି ପନିପରିବା ୬୯୮.୬୨ ହେକ୍ଟରରେ ଚାଷ ହୋଇଥିବା ବେଳେ ୯୮୧୭.୨୧ ମେଟ୍ରିକ୍ ଟନ୍ ଉତ୍ପାଦନ ହୋଇଛି ।  ଚଳିତ ବର୍ଷ ଫୁଲ କୋବି ହେକ୍ଟର ପ୍ରତି ୧୫.୮୫ ମେଟ୍ରିକ୍ ଟନ୍ ଉତ୍ପାଦନ ହୋଇଛି ଏବଂ ବାଇଁଗଣ ୧୬.୮୫ ମେଟ୍ରିକ୍ ଟନ୍ ହେକ୍ଟର ପ୍ରତି ଉତ୍ପାଦନ ହେଉଛି । ରାଜ୍ୟ ସରକାର ଫଳ ଏବଂ ପନିପରିବା ଉତ୍ପାଦନ, ଜଳ ସେଚନ, ସଂରକ୍ଷଣ ଆଦି ଲାଗି ସାହାଯ୍ୟ ସହଯୋଗ ପ୍ରଦାନ କରାଯାଇଛି ।

Spread the love