୫୦ କୋଟି ନଗଦ, ୫ କିଲୋ ସୁନା: ଅର୍ପିତାଙ୍କ ଘର ନା କୁବେର ଭଣ୍ଡାର

କୋଲକାତା: ବିଡା ବିଡା ନୋଟ୍‌, ଗଦା ଗଦା ଟଙ୍କା। ତା’ ସହିତ ଭରି ଭରି ସୁନା। ଯେତେ ଖୋଜିଲେ ସେତେ ବାହାରୁଛି। ଘର ତ ନୁହେଁ ଇଏ କୁବେର ଭଣ୍ଡାର। ଆଉ ଏ ଭଣ୍ଡାର ହେଉଛି ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କର। ଯେଉଁଠି ଭରି ରହିଛି ଅମାପ ଟଙ୍କା ଓ ସୁନା। ଯାହାକୁ ଦେଖି ତାଜୁବ ଇଡି ଅଧିକାରୀ। ପ୍ରଥମେ ୨୧ କୋଟି ନଗଦ ଟଙ୍କା ମିଳିଥିଲା। ଆଜି ମିଳିଛି ଆଉ ୨୯ କୋଟି। ଟିଣ ବାକ୍ସରେ ୨ ହଜାର ଓ ୫୦୦ ଟଙ୍କାର ଶହ ଶହ ବଣ୍ଡଲ। ଯୁଆଡେ ଚାହିଁବ ଖାଲି ଟଙ୍କା ଓ ଟଙ୍କା। ୧୮ ଘଣ୍ଟା ଧରି ଅର୍ପିତାଙ୍କ ଆଉ ଏକ ଘରେ ରେଡ୍‌ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର ଟିମ୍‌। କୋଲକାତାର ବେଲଘରିଆରେ ଥିବା ଅର୍ପିତାଙ୍କ ଘରୁ ୧୦ ଟ୍ରଙ୍କ୍‌ ଟଙ୍କା ଜବତ ହୋଇଛି। ଏଥିସହ ୫ କିଲୋ ଓଜନର ସୁନା ଅଳଙ୍କାର ମଧ୍ୟ ଇଡି ହାତରେ ଲାଗିଛି।

Spread the love