ବାଲକୋନୀରେ ମୁହଁ ଦେଖାଇଲେ ବାବୁସାନ୍‌, କହିଲେ- ଠିକ୍‌ ସମୟରେ ଠିକ୍‌ ସୂଚନା ଦେବି…

ଭୁବନେଶ୍ୱର ୨୮।୦୭ : ମାଆ ଅପରାଜିତାଙ୍କ ସହ ସାମ୍ନାକୁ ଆସିଲେ ବାବୁସାନ୍ । ଘର ବାଲକୋନିକୁ ଆସି ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ । ଚେନ୍ନାଇରୁ ଗତକାଲି ଆସିବା ପରେ ଆଜି ବାହାରକୁ ଆସି କହିଲେ ଠିକ୍ ସମୟରେ ଠିକ୍ କଥା କହିବି । ଏବେ ପରିବାର ପାଖରେ ଥିବାରୁ ବହୁତ ଖୁସି ଅଛି । ତେବେ ଗତକାଲି ସକାଳୁ ଭୁବନେଶ୍ୱର ଫେରିଥିଲେ। ସେ ପ୍ରଥମେ ବାପା ମାଆଙ୍କ ପାଖକୁ ଯାଇଥିଲେ ଓ ବିଶ୍ରାମ ନେଇଥିଲେ । କିନ୍ତୁ ଦିନଟାଯାକ ବିତିଯାଇଥିଲେ ବି ସେ ପତ୍ନୀ ତୃପ୍ତି ଓ ପୁଅକୁ ଭେଟିବାକୁ ଯାଇନଥିଲେ । ଅନ୍ୟପକ୍ଷରେ ସେ ଆଗୁଆ ଜାମିନ୍‌ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି ।

ପତ୍ନୀ ତୃପ୍ତିଙ୍କ ଅଭିଯୋଗକୁ ଆଧାର କରି ପୁଲିସ ତାଙ୍କ ବିରୋଧରେ ଆଇପିସି ୪୯୮(ଏ) ଓ ୫୦୬ ଦଫା ଲଗାଇ ମାମଲା ରୁଜୁ କରିଛି। ଆଇପିସି ଧାରା ୪୯୮(ଏ) ହିସାବରେ ସେ ପତ୍ନୀଙ୍କୁ ଶାରିରୀକ ଓ ମାସନିକ ନିର୍ଯାତନା ଦେଉଥିଲେ। ସେହିପରି ଆଇପିସି ଦଫା ୫୦୬ ହିସାବରେ ‌ସେ ପତ୍ନୀଙ୍କୁ ମାରିଦେବାକୁ ଧମକ ଦେଉଥିଲେ । ୪୯୮(ଏ)ରେ ୩ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ କିମ୍ବା ଜରିମାନା ଥିବା ବେଳେ ୫୦୬ରେ ଦୁଇ ବର୍ଷ ଜେଲ୍‌ ଦଣ୍ଡ କିମ୍ବା ଜରିମାନା ବିଧି ରହିଛି। ଅବଶ୍ୟ ସମସ୍ତ ଦଫା ଜାମିନ ଯୋଗ୍ୟ ।

ସେପଟେ,ବାବୁସାନ୍, ତୃପ୍ତି ଓ ପ୍ରକୃତି ବିବାଦ ସାମ୍ନାକୁ ଆସିବା ପରେ ଖାରବେଳନଗର ଥାନାରେ ପହଞ୍ଚିଛି କଳିଙ୍ଗ ସେନା । ବାବୁସାନଙ୍କ ପତ୍ନୀ ତୃପ୍ତି କରିଥିବା ଅଭିଯୋଗ ଆଧାରରେ ଏତଲା ଦେଇଛି କଳିଙ୍ଗ ସେନା । ଯେଉଁଥିରେ କୁହାଯାଇଛି ବଲିଉଡ ଭଳି ଓଲିଉଡରେ ନିଶା କାରବାର ବଢିବାରେ ଲାଗିଛି । ବଲିଉଡରେ ସୁଶାନ୍ତ ସିଂହ ରାଜପୁତଙ୍କ ପରି ଦୁଃଖଦ ଘଟଣାର ଓଡ଼ିଶାରେ ଯେପରି ପୁନରାବୃତି ନହୁଏ, ସେନେଇ ଏଫଆଇଆରରେ କୁହାଯାଇଛି । ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ ଯେ, ପ୍ରକୃତି ମିଶ୍ର ତାଙ୍କ ସ୍ୱାମୀ ବାବୁସାନଙ୍କୁ ମଦ ଓ ଗଞ୍ଜେଇ ଭଳି ନିଶା ଯୋଗାଇ ଦେଉଛନ୍ତି । ଯେଉଁଥିପାଇଁ ତାଙ୍କ ପାରିବାରିକ ଜୀବନରେ ଝଡ଼ ଉଠିଛି ।
Spread the love