କଳାହାଣ୍ଡିରେ ପୁଣି ସ୍ଥିତି ଜାହିର କଲେ ମାଓବାଦୀ

କଳାହାଣ୍ଡି ୨୮ଗୁରୁବାରଠୁ ନକ୍ସଲଙ୍କ ସହିଦ ସପ୍ତାହ ପାଳନ । କଳାହାଣ୍ଡି ଜିଲ୍ଲା ମଦାନପୁର ରାମପୁର ବ୍ଲକରେ ପୁଣି ସ୍ଥିତି ଜାହିର କଲେ ମାଓବାଦୀ । ସ୍ବାଧୀନତା ଦିବସକୁ କଳା ଦିବସ ରୂପରେ ପାଳନ କରିବା ପାଇଁ ଆହ୍ଵାନ ଦେଇ ପୋଷ୍ଟର ଜାରି କରିଛନ୍ତି । ତେବେ ଗୁରୁବାର ସକାଳୁ ମୋହନଗିରି ମେନରୋଡ଼ ହାଟ ପଡା ପାଖରେ, ବିଜାମାଲ, ହରିଡ଼ାପଡା ଓ ସିଂହପୁର ପଞ୍ଚାୟତ କାନ୍ଥରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଉକ୍ତ ପୋଷ୍ଟରରେ ସେମାନେ ସ୍ବାଧୀନତା ଦିବସକୁ କଳା ଦିବସ ରୂପରେ ପାଳନ କରିବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଛନ୍ତି । KKBN ତରଫରୁ ଏହି ପୋଷ୍ଟର ଜାରି କରାଯାଇଥିବା ଦର୍ଶାଯାଇଛି ।

Spread the love