‘ବୀରେ ଦି ଓ୍ବେଡିଙ୍ଗ’ ପରେ ପୁଣି ରେହାଙ୍କ ସହ ନୂଆ ପ୍ରୋଜେକ୍ଟ କାମ କରିବେ କରୀନା

ମୁମ୍ବାଇ ୨୮।୦୭: ବଲିଉଡ୍‌ର ବେବୋ କରିନା କପୁର ଖାନ୍। ନିଜ ସୁନ୍ଦରତା ଓ ଅଭିନୟ ବଳରେ ଦର୍ଶକଙ୍କ ହୃଦୟ ରାଜ୍‌ କରିଛନ୍ତି। ତାଙ୍କର ଡ୍ରେସିଂ ଷ୍ଟାଇଲ୍‌ରେ ସମସ୍ତେ ଫିଦା । କରୀନା ପୁଣି ଥରେ ରେହାଙ୍କ ସହ ଏକ ନୂଆ ପ୍ରୋଜେକ୍ଟରେ କାମ କରିବାକୁ ଯାଉଛନ୍ତି। ଏନେଇ କରୀନା ନିଜେ କନଫର୍ମ କରିଛନ୍ତି। ପୁର୍ବରୁ ସେ ପ୍ରଡ୍ୟୁସର ରେହାଙ୍କ ସାଙ୍ଗେ “ବୀରେ ଦି ଓ୍ବେଡିଙ୍ଗ୍” ଫିଲ୍ମରେ କାମ କରିଥିଲେ। ଏହା ସହ କ୍ଲିୟର୍‌ କରି କହିଛନ୍ତି ଯେ ଏହି ନୂଆ ଫିଲ୍ମଟି “ବୀରେ ଦି ଓ୍ବେଡିଙ୍ଗ୍” ର ରିମେକ୍‌ ନୁହେଁ। ବରଂ ଏହା ଏକ ଭିନ୍ନ କାହାଣୀକୁ ନେଇ ପରଦାକୁ ଫେରିବେ।

ଏହି ଫିଲ୍ମର ପ୍ରଡ୍ୟୁସର ରେହା ହୋଇଥିବା ବେଳେ ତିନି ମହିଳାଙ୍କ କାହାଣୀକୁ ନେଇ ଦେଖିବାକୁ ମିଳିବ। ବର୍ତ୍ତମାନ ସମୟରେ ଏହା ସ୍ପଷ୍ଟ ହୋଇଛି ଯେ କରୀନା ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଥିବା ବେଳେ ଅନ୍ୟ ଦୁଇ କାଷ୍ଟ ବିଷୟରେ କିଛି ତଥ୍ୟ ପ୍ରକାଶ କରାଯାଇ ନାହିଁ। କିନ୍ତୁ ପି.ଟି.ଆଇ ଅନୁଯାୟୀ, କରୀନା ଜଣାଇଛନ୍ତି କି କାହାଣୀଟି ତାଙ୍କ ପୁର୍ବ ସିନେମା “ବୀରେ ଦି ଓ୍ବେଡିଙ୍ଗ୍” ଠାରୁ ଅଲଗା ହେବ। ଏହା ମଧ୍ୟ କହିଛନ୍ତି ଯେ ପ୍ରଡ୍ୟୁସର୍‌ ରେହାଙ୍କ ସାଙ୍ଗେ ଏହି ସିନେମାର କାଷ୍ଟିଙ୍ଗ୍‌ ଫାଇନାଲ୍‌ ହୋଇସାରିଛି। ଏବଂ ୨୦୨୩ରେ ଏହାର ସୁଟିଂ କାମ ଆରମ୍ଭ ହେବାକୁ ଯାଉଛି।

Spread the love