ବିମାନ ଯାତ୍ରୀଙ୍କ ସୁରକ୍ଷାକୁ ଅବହେଳା କରାଯିବନି: ସିନ୍ଧିଆ

ନୂଆଦିଲ୍ଲୀ  : ଘରୋଇ ବିମାନରେ ଅନେକ ବୈଷୟିକ ତ୍ରୁଟି ପରିଲକ୍ଷିତ ଯୋଗୁଁ  ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ବିମାନ ଯାତ୍ରୀଙ୍କ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଉଛନ୍ତି ଏବଂ ଏଥିରେ କୌଣସି ପ୍ରକାର ଅବହେଳା କରାଯିବ ନାହିଁ । ନିକଟରେ ଘରୋଇ ବିମାନରେ ବୈଷୟିକ ତ୍ରୁଟି ପରିକ୍ଷଲକ୍ଷିତ ହୋଇଥିବାରୁ ସେଗୁଡିକ ମଧ୍ୟରୁ ଅନେକ ଅଧା ରାସ୍ତାରୁ ଫେରି ଆସିଥିବା ବେଳେ ଆଉ କେତେକ ଜରୁରୀକାଳୀନ ଅବତରଣ କରାଯାଇଥିଲା। ଲୋକସଭାରେ ଏ ସଂପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସିନ୍ଧିଆ ଦର୍ଶାଇଛନ୍ତି ଗତବର୍ଷ ଜୁଲାଇରୁ ଚଳିତବର୍ଷ ଜୁନ୍‌ ମଧ୍ୟରେ ଘରୋଇ ବିମାନ କ୍ଷେତ୍ରରେ ୪୭୮ଟି ବୈଷୟିକ ତ୍ରୁଟିବିଚ୍ୟୁତି ପରିଲକ୍ଷିତ ହୋଇଥିଲା।

Spread the love