ପ୍ରେମିକାକୁ ହତ୍ୟା କରି ପୋତି ଦେଲା ପ୍ରେମିକ, ପୋଖରୀ ପାଖରୁ ମିଳିଲା ମୃତଦେହ

କଣ୍ଟାବାଞ୍ଜି, ୩୦/୦୭: ପ୍ରେମିକାକୁ ହତ୍ୟା କରି ପୋତି ଦେଲା ପ୍ରେମିକ । ତୁରେକେଲା ଥାନା ସଏନମୁଣ୍ଡା ପୋଖରୀ ପାଖରୁ ପ୍ରେମିକାର ମୃତଦେହ ଉଦ୍ଧାର । ଗତ ସୋମବାରରୁ ଖରଲୀ ଗ୍ରାମର ଜଣେ ଝିଅ ନିଖୋଜ ଥିଲା । ଏଥିରେ ପ୍ରେମିକକୁ ସନ୍ଦେହ କରି ଅଟକ ରଖିଥିଲା ପୋଲିସ୍‌ । ତଦନ୍ତ ପରେ ସେ ମୃତଦେହ ପୋତିଥିବା ସ୍ଥାନକୁ ଚିହ୍ନଟ କରିଥିଲା ପୋଲିସ୍‌ । ଘଟଣାସ୍ଥଳରେ ବଲାଙ୍ଗୀର ଏସପି ଉପସ୍ଥିତ ଥିବା ଜଣାପଡ଼ିଛି । ତେବେ ଘଟଣା ସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ପ୍ରେମିକକୁ ଏବେ ବି ଅଟକ ରଖାଯାଇଥିବା ବଲାଙ୍ଗୀର ଏସ୍‌ପି ସୂଚନା ଦେଇଛନ୍ତି ।

Spread the love