ଆଜି ଶେଷ ହୋଇପାରେ ମୌସୁମୀ ଅଧିବେଶନ

ଭୁବନେଶ୍ବର :  ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶା ବିଧାନସଭା ପକ୍ଷରୁ ଅଭିନନ୍ଦନ ଜଣାଇବାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ଏକ ୨୬ ଜଣିଆ ବିଧାୟକ ମଣ୍ଡଳୀ ନୂଆଦିଲ୍ଲୀ ଗସ୍ତରେ ଯିବେ। ଆସନ୍ତାକାଲି ଅର୍ଥାତ୍ ୨ ତାରିଖରେ ସେମାନେ ନୂଆଦିଲ୍ଲୀ ଯାଇ ସେଠାରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଭେଟି ଅଭିନନ୍ଦନ ଜଣାଇ ୩ରେ ଭୁବନେଶ୍ବର ଫେରି ଆସିବା କାର୍ଯ୍ୟକ୍ରମ ରହିଛି। ବିଧାନସଭା ସଚିବାଳୟ ପକ୍ଷରୁ ବିଧାୟକଙ୍କ ଗସ୍ତ ଖର୍ଚ୍ଚ ବହନ କରାଯିବ।ବିଧାନସଭାର ଚଳିତ ମୌସୁମୀ ଅଧିବେଶନ ଆସନ୍ତା ୪ ତାରିଖ ଯାଏ ଚାଲିବାକୁ ପୂର୍ବରୁ ଦିନ ଧାର୍ଯ୍ୟ ହୋଇଥିଲା। ମାତ୍ର ବିଧାୟକଙ୍କ ଏହି ଗସ୍ତ ଥିବାରୁ ୧ ତାରିଖ ପରେ ଅର୍ଥାତ୍ ୩ ଦିନ ପୂର୍ବରୁ ମୌସୁମୀ ଅଧିବେଶନ ବନ୍ଦ ହୋଇପାରେ ବୋଲି ଆଲୋଚନା ହେଉଛି । ଦିଲ୍ଲୀ ଯାଉଥିବା ଏହି ପ୍ରତିନିଧି ମଣ୍ଡଳୀ‌ର ଉପବାଚସ୍ପତି ରଜନୀକାନ୍ତ ସିଂହ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରମିଳା ମଲ୍ଲିକ ଓ ପ୍ରତାପକେଶରୀ ଦେବ, ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ ଦେବୀପ୍ରସାଦ ମିଶ୍ର, ସୁଦାମ ମାର୍ଣ୍ଡି, ଶାରଦା ନାୟକ, ସ୍ନେହାଙ୍ଗିନୀ ଛୁରିଆ,ଚନ୍ଦ୍ରସାରଥୀ ବେହେରା, ପଦ୍ମିନୀ ଦିଆନ, ତାରାପ୍ରସାଦ ବାହିନୀପତି, ସୁବାସଚନ୍ଦ୍ର ପାଣିଗ୍ରାହୀ, ନିତ୍ୟାନନ୍ଦ ଗଣ୍ଡ, ସୁଧୀର କୁମାର ସାମଲ, ମନୋହର ରନ୍ଧାରୀ, ରାଜେନ୍ଦ୍ର କୁମାର ସାହୁ, ରାଜକିଶୋର ଦାସ, ଅନନ୍ତ ନାରାୟଣ ଜେନା, ରମେଶ ଚନ୍ଦ୍ର ବେହେରା, ନାଉରୀ ନାୟକ ଓ କୁସୁମ ଟେଟେ ପ୍ରମୁଖ ସାମିଲ ହେବେ ବୋଲି ଜଣାପଡିଛି।

Spread the love