ଜୁଲାଇ ମାସରେ ୬ ଶହ କୋଟି ୟୁପିଆଇ କାରବାର

ଡେସ୍କ: ଗତ ଜୁଲାଇ ମାସରେ ୟୁପିଆଇ ମାଧ୍ୟମରେ ୬ ଶହ କୋଟି ଟଙ୍କାର କାରବାର ହୋଇଥିବା ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୨୦୧୬ ପରଠାରୁ ଏହା ସର୍ବାଧିକ ବୋଲି ଜଣାପଡ଼ିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଟ୍ୱିଟ୍‍ ପରେ ଶ୍ରୀ ମୋଦୀ କହିଛନ୍ତି ଯେ ନୂଆ ବୈଷୟିକ ଜ୍ଞାନର ବ୍ୟବହାର କରିବା ଓ ଅର୍ଥନୀତିକୁ ସ୍ୱଚ୍ଛ ରଖିବା ପାଇଁ ଭାରତର ଜନସାଧାରଣଙ୍କ ସାମୂହିକ ସଂକଳ୍ପବଦ୍ଧତାର ଏଥିରୁ ସୂଚନା ମିଳୁଛି। ସେ କହିଛନ୍ତି, କୋଭିଡ ସଂକ୍ରମଣ ସମୟରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ବହୁମାତ୍ରାରେ ସହାୟକ ହୋଇଛି।

Spread the love