ବିଷାକ୍ତ ଗ୍ୟାସ୍‌ ଲିକ୍‌, ୫୦ରୁ ଅଧିକ ମହିଳା ଗୁରୁତର

ବିଶାଖାପାଟଣା ୦୩।୦୮: ବିଶାଖାପାଟଣାରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ । ଯେଉଁଥିରେ ୫୦ରୁ ଅଧିକ ମହିଳା ଅସୁସ୍ଥ ଥିବା ଜଣାପଡିଛି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ବିଳମ୍ବିତ ରାତିରେ ବିଶାଖାପାଟଣା ସ୍ପେଶାଲ୍‌ ଇକୋନୋମିକ୍‌ ଜୋନ୍‌ରେ ଥିବା କାରଖାନ୍‌ରେ ଗ୍ୟାସ୍‌ ଲିକ୍‌ ହୋଇଥିବା ସୂଚନା ମିଳିଥିଲା । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀ ଓ ଉଦ୍ଧାର କାରୀ ଦଳକୁ ଖବର ଦିଆଯାଇଥିଲା । କିନ୍ତୁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ କାରଖାନାରେ କାମ୍‌ କରୁଥିବା ପ୍ରାୟ ଏକାଧିକ ମହିଳା ଗୁରୁତର ହୋଇଥିଲେ । କାରଖାନାରୁ ଏହି ବିଷାକ୍ତ ଗ୍ୟାସ୍‌ ଲିକ୍‌ ଲାଗି ୫୦ରୁ ଅଧିକ ମହିଳା ଗୁରୁତର ହୋଇଛନ୍ତି । ତୁରନ୍ତ ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ସେପଟେ ଏହି ଅଘଟଣ ସଂପର୍କରେ ସୂଚନା ପାଇଁ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଆହତ ଏବଂ ଗୁରୁତରଙ୍କୁ ତୁରନ୍ତ ମେଡିକାଲ ସୁବିଧା ଯୋଗାଇଦେବାକୁ ମଧ୍ୟ କହିଛନ୍ତି ।

Spread the love