ଫୋନ୍‌ ପେ ପକ୍ଷରୁ ସ୍ମାର୍ଟ ସ୍ପିକରର ଶୁଭାରମ୍ଭ

ନୂଆଦିଲ୍ଲୀ : ଦେଶର ପ୍ରମୁଖ ଫିନ୍‌ଟେକ ପ୍ଲାଟ୍‌ଫର୍ମ ଫୋନ୍‌ ପେ ପକ୍ଷରୁ ସ୍ମାର୍ଟ ସ୍ପିକରର ଶୁଭାରମ୍ଭ କରାଯାଇଛି। ଉକ୍ତ ସ୍ମାର୍ଟ ସ୍ପିକର ପ୍ରାଥମିକ ପର୍ଯ୍ୟାୟରେ ୫ଟି ସହରର ୧ଲକ୍ଷରୁ ଅଧିକ ଡିଭାଇସରେ ଫୋନ୍‌ ପେ’ ମର୍ଚ୍ଚାଣ୍ଟ ପାର୍ଟନରଙ୍କ ଦ୍ୱାରା ବ୍ୟବହୃତ ହେଉଛି। ଫୋନ ପେ’ ସ୍ମାର୍ଟ ସ୍ପିକର ୧୧ଟି ଭାରତୀୟ ଭାଷାରେ ପେମେଣ୍ଟ ନୋଟିଫିକେସନ ପ୍ରଦାନ କରୁଛି। ଏହା ୪ ଦିନ ପର୍ଯ୍ୟନ୍ତର ବ୍ୟାଟେରି ଲାଇଫ, ଏକ ପ୍ରାରମ୍ଭିକ ସେଟ୍‌-ଅପ୍‌ ମୂଲ୍ୟ ଭାବେ ମାତ୍ର ୫୦ ଟଙ୍କା ମୂଲ୍ୟରେ ଡୋରଷ୍ଟେପ୍‌ ଇନ୍‌ଷ୍ଟଲେସନ ଏବଂ ମାସକୁ ୫୦ଟଙ୍କାର ନିମ୍ନମାସିକ ଭଡ଼ା ସହ ଆସୁଛି। ଶୁଭାରମ୍ଭ ଅଫର ଭାବେ ଉଭୟ ପ୍ରାରମ୍ଭିକ ସେଟ ଅପ୍‌ ଏବଂ ମାସିକ ଭଡ଼ା ମାତ୍ର ୧ଟଙ୍କାରେ ଉପଲବ୍ଧ। ଏହି ଡିଭାଇସରେ କୌଣସି ଉତ୍ପାଦନଜନିତ ତ୍ରୁଟି ହେଲେ ଏହାକୁ ଆଜୀବନ ମାଗଣାରେ ବଦଳାଯାଇପାରିବ। ଏ ସମ୍ପର୍କରେ ଫୋନ୍‌ ପେ’ର ଅଫ୍‌ଲାଇନ ବିଜ୍‌ନେସ ମୁଖ୍ୟ ବିବେକ ଲୋଚେବ କହିଛନ୍ତି, ଫୋନ୍‌ ପେ’ରେ ଆମେ କ୍ରମାଗତ ଭାବେ ନୂତନ ଅଫର ଉତ୍ପାଦନ  କରୁଛୁ।

Spread the love