ଦରମା ନେବାକୁ ମନା କଲେ ମୁକେଶ ଅମ୍ବାନୀ
ମୁମ୍ବାଇ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ ମୁକେଶ ଅମ୍ବାନୀ କ୍ରମାଗତ ଦ୍ୱିତୀୟ ବର୍ଷ ୨୦୨୦-୨୧ ଆର୍ଥିକ ବର୍ଷରେ ସେ କମ୍ପାନୀରୁ ଦରମା ନେବାକୁ ମନା କରିଦେଇଥିଲେ।ଦରମା ବ୍ୟତୀତ ମୁକେଶ ଅମ୍ବାନୀ ଗତ ୨ ବର୍ଷ ହେବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ ପଦରେ ଥାଇ ମଧ୍ୟ କୌଣସି ଭତ୍ତା, କମିଶନ କିମ୍ପା ଷ୍ଟକ ବିକଳ୍ପ ନେଇ ନାହାଁନ୍ତି।ଠିକ ସେମିିିତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ବାର୍ଷିକ ରିପୋର୍ଟ ଅନୁଯାୟୀ, ୨୦୨୧-୨୨ ଆର୍ଥିକ ବର୍ଷରେ ମୁକେଶ ଅମ୍ବାନୀ ବ୍ୟବସାୟ ଏବଂ ଅର୍ଥନୀତି ଉପରେ କରୋନାର ପ୍ରଭାବ ହେତୁ ଦରମା ନ ନେବାକୁ ନିଷ୍ପତ୍ତି ନେଇଛନ୍ତି।