ନ୍ୟୁଡ୍ ଫଟୋସୁଟକୁ ନେଇ ରଣବୀରଙ୍କ ବଢିଲା ଅଡୁଆ, ନୋଟିସ ଜାରି କଲା ମୁମ୍ୱାଇ ପୋଲିସ

ନୂଆଦିଲ୍ଲୀ: ଅଭିନେତା ରଣବୀର ସିଂଙ୍କ ପାଇଁ ବଢିଲା ଅଡୁଆ । ଏକ ମାଗାଜିନ ପାଇଁ ନ୍ୟୁଡ୍ ଫଟୋସୁଟ୍ କରିବା ମାମଲାରେ ମୁମ୍ୱାଇ ପୋଲିସ ତାଙ୍କୁ ନୋଟିସ ଜାରି କରିଛି । ଗତ ମାସରେ ରଣବୀର ଏହି ଫଟୋସୁଟକୁ ନେଇ ବେଶ ବିବାଦରେ ଥିଲେ । କେବଳ ଏହା ନୁହେଁ ଅଭିନେତାଙ୍କ ବିରୋଧରେ ଅନେକ ମାମଲା ମଧ୍ୟ ରୁଜୁ ହୋଇଥିଲା । ରିପୋର୍ଟ ଅନୁସାରେ ଅଗଷ୍ଟ ୨୨ରେ ହାଜର ହୋଇ ନିଜର ବୟାନ ରଖିବା ପାଇଁ ପୋଲିସ ରଣବୀରଙ୍କୁ ନୋଟିସ ଜାରି କରିଛି । ରିପୋର୍ଟ ଅନୁସାରେ ମୁମ୍ୱାଇ ପୋଲିସ ଅଭିନେତାଙ୍କୁ ନୋଟିସ ଦେବା ପାଇଁ ତାଙ୍କ ଘରେ ପହଞ୍ଚିଥିଲା କିନ୍ତୁ ସେହି ସମୟରେ ସେ ଉପସ୍ଥିତ ନଥିଲେ ।

କିଛି ଦିନ ପୂର୍ବେ ରଣବୀର ସିଂ ଏକ ଅନ୍ତର୍ଜାତୀୟ ମାଗାଜିନ ପାଇଁ ନ୍ୟୁଡ ଫଟୋସୁଟ କରାଇଥିଲେ । ଏହି ଫୋଟ ଗୁଡିକ ସୋସିଆଲ ମିଡିଆରେ ବେଶ ବିତର୍କ ସୃଷ୍ଟି କରାଇଥିଲା । ବିଭିନ୍ନ ସଂସ୍ଥା ବିରୋଧରେ ମାମଲା ରୁଜୁ କରାଯାଇଥିଲେ।

ରଣବୀରଙ୍କୁ ଫିଲ୍ମ ଉଦ୍ୟୋଗର ପୂରା ସମର୍ଥନ ମିଳିଥିଲା। ଆଲଆ ଭଟ୍ଟ, ରଣବୀର ସିଂ, ଆମିର ଖାନଙ୍କ ସହ ଅର୍ଜୁନ କପୁର ସମସ୍ତ ରଣବୀରଙ୍କ ଫଟୋସୁଟର ସମର୍ଥନ କରିଥିଲେ।

Spread the love