କ୍ଷୀର ମୂଲ୍ୟ ୨ଟଙ୍କା ବଢିଲା

ଭୁବନେଶ୍ୱର  : ଗୋଟିଏ ପଟେ ଅତ୍ୟାବଶ୍ୟକ ସାମଗ୍ରୀର ଦାମ ଆକାଶଛୁଆଁ ରହିଥିବା ବେଳେ ପୁଣି ବଢ଼ିଛି କ୍ଷୀରର ମୂଲ୍ୟ ।ଏହା ସାଧାରଣ ଖାଉଟିଙ୍କ ପାଇଁ ମୁଣ୍ଡର ଚଡ଼କ ସଦୃଶ। ଦେଶର ସବୁଠୁ ବଡ଼ ଡାଏରୀ ବ୍ରାଣ୍ଡ ଅମୂଲ ଏବଂ ମଦର ଡାଏରୀ କ୍ଷୀର ଦାମ ପ୍ରତି ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛନ୍ତି । ଆସନ୍ତାକାଲିଠାରୁ ବର୍ଦ୍ଧିତ ମୂଲ୍ୟ ଲାଗୁ ହେବ । ଗୁଜୁରାଟ କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେସନ (ଜିସିଏମଏମଏଫ) ଅମୂଲ ବ୍ରାଣ୍ଡ ମାଧ୍ୟମରେ କ୍ଷୀର ଏବଂ ଡାଏରୀ ପ୍ରଡକ୍ଟର ଉତ୍ପାଦନ କରି ବିକ୍ରୀ କରିଥାଏ ।ଅମୂଲ ଗୁଜୁରାଟର ଅହମଦାବାଦ, ସୌରାଷ୍ଟ୍ର, ଦିଲ୍ଲୀ, ଏନସିଆର, ପଶ୍ଚିମବଙ୍ଗ, ମୁମ୍ବାଇ ସମେତ ସମସ୍ତ ବଜାରରେ କ୍ଷୀର ମୂଲ୍ୟ ବୃଦ୍ଧି କରିଛି । ଏହା ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚରେ ମଧ୍ୟ ଅମୂଲ ଏବଂ ମଦର ଡାଏରୀ କ୍ଷୀର ମୂଲ୍ୟରେ ବୃଦ୍ଧି କରିଥିଲେ । ଅମୂଲର ସମସ୍ତ ମିଲ୍କ ପ୍ରଡକ୍ଟ ଅମୂଲ ଗୋଲ୍ଡ , ଅମୂଲ ଶକ୍ତି, ଅମୂଲ ତାଜା, ଅମୂଲ ଟି ସ୍ପେଶାଲ , ଅମୂଲ ସ୍ଲିମ ଆଣ୍ଡ ଟ୍ରିମପରେ ୨ ଟଙ୍କା ପ୍ରତି ଲିଟର ହିସାବରେ ବଢାଇଦିଆଯାଇଛି ।ତେବେ ଅପରେସନ କଷ୍ଟ ଏବଂ କ୍ଷୀର ଉତ୍ପାଦନରେ ମୂଲ୍ୟ ବୃଦ୍ଧି କାରଣରୁ କ୍ଷୀର ଦାମ ବଢ଼ାଯାଇଛି ବୋଲି ଅମୂଲ କହିଛି ।

Spread the love