ଦଳେଇ ଘାଇଠାରେ ବିପଦ ସଙ୍କେତ ଉପରେ ବନ୍ୟାଜଳ, ମାଛଗାଁ ନିକଟରେ ଦେବୀ ନଦୀରେ ଘଳିଆ

ଜଗତସିଂହପୁର ୭।: ଜଗତସିଂହପୁର ଜିଲ୍ଲାରେ ଦେବୀ, ପାଇକା ଓ ମହାନଦୀରେ ବନ୍ୟାଜଳ ବୃଦ୍ଧି ପାଇ ଚାଲିଥିବା ଯୋଗୁଁ ଧୀରେ ଧୀରେ ଅଧିକ ଗାଁ ପ୍ରଭାବିତ ହେବାରେ ଲାଗିଛି । ଦେବୀ ନଦୀର ମାଛଗାଁ, ଆଳିପିଙ୍ଗଳ ଓ ଦଳେଇ ଘାଇ ନିକଟରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ମହାନଦୀ ଓ ପାଇକା ନଦୀରେ ମଧ୍ୟ ବନ୍ୟାଜଳ ବିଭିନ୍ନ ସ୍ଥାନରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ।

ଦଳେଇ ଘାଇଠାରେ ବିପଦ ସଂକେତ ୫୭ଫୁଟ ରହିଥିବା ବେଳେ ଏଠାରେ ୬୦ ଫୁଟ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଏଠାରେ ଲୋକଙ୍କ ଭିଡ଼ ଜମୁଥିବା ସହ ଏହି ସ୍ଥାନ ଉପରେ ସମସ୍ତଙ୍କ ନଜର ରହିଛି ।

ସେହିପରି ଦେବୀ ନଦୀ ବନ୍ଧର ମାଛଗାଁ ନିକଟରେ ଏକ ଘଳିଆ ପଡିଥିବାରୁ ଏହି ଅଞ୍ଚଳର ଲୋକେ ଆତଙ୍କିତ ହୋଇପଡିଛନ୍ତି । ଜଳ ସମ୍ପଦ ବିଭାଗ ପକ୍ଷରୁ ଏହି ସ୍ଥାନରେ ଘଳିଆକୁ ରୋକିବା ପାଇଁ ପଦକ୍ଷେପ ନିଆଯାଇ

Spread the love